Facebook Prema:
~Asit kumar
ଅଜଣା ଝିଅଟେ ବନ୍ଧୁ ହେବବୋଲି
Fb ରେ କଲା ନିବେଦନ ।
ତା ରୂପ ଯୌବନ ଦେଖି
ଲାଖିଯାଇଥିଲା ମନ ।।
କଥା ହେଉ ହେଉ ଜାଣିପାରିଲିନି
ଚୋରିକରିନେଲା ମନ
ବିଷମ ବୈଶାଖେ ଫୁଟିଲା ତଥାପି
ମୋ ମନେ ପ୍ରେମ କୁସୁମ।।
ବାହାରିଲି ଦିନେ ହୃଦୟକୁ ନେଇ
ପ୍ରୀତିର ସଉଦା ପାଇଁ
ସାଥେ ନେଇଥିଲି ମୁଠାଏ ସପନ
ହୃଦ ଭରା ପ୍ରେମ ତାଙ୍କ ପାଇଁ ।।
ସ୍ଥିର ମନ ମୋର ହୋଇଲା ଚଞ୍ଚଳ
ତାଙ୍କରି ପରଶ ପାଇଁ
ବେତାର ଯନ୍ତ୍ରେ ଜଣାଇଲି ତାଙ୍କୁ
ଭେଟିବାକୁ କିଛି କ୍ଷଣ ପାଇଁ ।।
ଈସ୍ତ୍ରୀ କରା ଯୋଡ଼ା କପଡ଼ା ପିନ୍ଧିଲି
ପିନ୍ଧିଲି ହାତରେ ଘଡ଼ି
କଳା ଚଷମାଟା ଆଖିରେ ପିନ୍ଧିଲି
ପିନ୍ଧିଲି ନୂଆ ଜୋତା ଯୋଡି ।।
ଦେହ ବାସୁଥିଲା ଅତର ଅତର
ମନ ହେଉଥିଲା ତତ୍ପର
ବିଳମ୍ଭ ନକରି ଘରୁ ବାହାରିଲି
ହାତେ ଧରି ପ୍ରେମ ପତର ।।
ବାଟେ ଯାଉ ଯାଉ କିଣିନେଲି
ଗୋଲାପ ଫୁଲର ତୋଡ଼ା
ମୋ ରଙ୍ଗ ରୂପ ଦେଖି ମୁରୁକି ହସିଲେ
ଆମ ସାହି ଝିଅ ଗୁଡ଼ା ।।
ସମୟ ଆଗରୁ ପହଁଚିଲି ଯାଇ
ଠିକଣା ଜାଗାରେ ମୋର
ପ୍ରଥମ ଦେଖାର ପ୍ରଥମ ମୁହୂର୍ତ୍ତ
ଅପେକ୍ଷାରେ ମନ ମୋ ଅଧୀର ।
ନିଜ ନାଁ ଶୁଣି ବୁଲି ମୁଁ ଚାହିଁଲି
ଓଠ ଚାପି ଟିକେ ହସି
ମୋ ହାତେ ସତେ ପଡିବ କି ଖସି
ଆକାଶୁ ଶରଦ ଶଶୀ ।।
ଭାଙ୍ଗିଗଲା ମନ ତାଙ୍କ ମୁହଁ ଦେଖି
ଚୁନା ହେଲା ସୁନା ସପନ
ମୁହଁଟି ତାର କଳା କୁଟୁ କୁଟୁ
ବୟସେ ମୁଁ ଅନେକ ସାନ ।।
ପାଇଲିନି ବାଟ ଖସି ଆସିବାକୁ
ଧାଇଂଲି ହୋଇ ଧଇଁ ସଇଁ
ଆଉ କରିବିନି ଅଲାଜୁକ ପ୍ରେମ
Fb ଆଉ ଖୋଲିବି ନାହିଁ ।।
No comments:
Post a Comment
Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797