Monday, March 26, 2018

ଭଲପାଏ ବୋଲି(Bhala paye boli)

             💘ଭଲପାଏ ବୋଲି....



      ସପନ ସୁନ୍ଦରୀ କେଉଁ ଆଡେ ଗଲ
ସପନ ରହିଲା ଅଧା...
ଭଲ ପାଇ ମୋତେ ଭୁଲିଗଲ ସତେ
ହେଉଛି ବହୁତ ବାଧା।।।

ଯାହାକୁ ତୁମେ ଲୁହ ବୋଲି କୁହ
ସେ ମୋ ସପନ ତୁଳୀର ସାଥି
ସେ ଲୁହେ ଆଙ୍କିଛି କେତେ ମିଛ ସ୍ବପ୍ନ
ଟିକେ ହସି ହସାଇବା ଲାଗି।।। 

ଭୁଲି ପାରିବିକି ମୋ ମନର କ୍ଷତ
ଆଉ ଛାତି ତଳର କୋହ
ସବୁ ଜାଣିଶୁଣି  ଅଭିମାନି ଆଖି
କାନ୍ଦନ୍ତି କାହିଁକି କୁହ।।।

ତୁମକୁ ବେଶି ଭଲ ପାଏ ବୋଲି
ଶେଷେ ଲୁହ ଦେଲ ଉପହାର
ତଥାପି ତୁମକୁ ନିଇତି ଖୋଜୁଛି
ଗଢିବାକୁ ସୁନାର ସଂସାର।।।



7 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();