💘ଭିନ୍ନ ଏକ ପ୍ରେମ କାହାଣୀ...
ପ୍ରଥମ ଭାଗ(Part-1)
ସମୟ ଆସି ଦିନ ଗୋଟାଏ ବାଜିବାକୁ ୧୫ ମିନିଟ ବାକି ଅଛି।।ସଞ୍ଜନା ଏ ଯାଏ ନିଜକୁ ପ୍ରସ୍ତୁତ କରିନଥାଏ କି ଲଗେଜ ଏଯାଏ ପ୍ୟାକ କରି ନଥାଏ।।ହଁ ଏଯାଏ ସେ lunch ବି କରିନଥିଲା।।ଭୁବନେଶ୍ୱରକୁ ଯିବାର ଫ୍ଲାଇଟ ସମୟ ଆଉ ଘଣ୍ଟାଏ ହିଁ ବାକି ଥିଲା।।ହେଲେ ତା ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।।ବିଛଣାରେ ଆଶିଷ ଦେଇଥିବା ଉପହାର ସବୁ ମାନେ ଗିଫ୍ଟ କାର୍ଡ,ପୁରୁଣା ଚିଠି,ଚୁନିରୀ ,କାନ ଫୁଲ ଏମିତି କେତେ କଣ ସ୍ମୃତିର ଗୁଛସବୁ ବିଛା ହୋଇ ପଡ଼ିଥିଲା।।ଯେମିତି ପୁରୁଣା ସ୍ମୃତି ଭିତରେ କଉଠି ହଜି ଯାଇଥିଲା।। ସେଥିରୁ ବାହାରିବାକୁ ସେ ଚାହିଁଲେ ବି ବାହାରି ପାରୁନଥିଲା।।ସତ କହିବାକୁ ଗଲେ କିଏ ବା ହଜେଇଦେଇଥିବା ନିଜ ପୁରୁଣା ସ୍ବପ୍ନକୁ ଭୁଲି ପରେ?? ପାଖରେ ଥିବା ଡ଼ାଏରି ଖୋଲି ପ୍ରଥମ ପୃଷ୍ଠାରେ ଦେଖେ ତ ସଞ୍ଜନା +ଆଶିଷ ଗୋଟେ ହାର୍ଟ ଚିତ୍ରରେ ଲେଖାଥିଲା।।ଅତି ଯତ୍ନର ସହ ଆଙ୍କି ଥିଲା ସେ ଯେବେ ସେ ଆଶିଷ ସହ ପ୍ରେମରେ ମସଗୁଲ ଥିଲା।। ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଦେଖେ ଆଶିଷ ସହ ବିତାଇଥିବା ପ୍ରତି ରଙ୍ଗୀନ ମୁହୂର୍ତ୍ତ ଗୁଡିକ ଯାହାର ପ୍ରତିଟି ଶବ୍ଦ କାଳୀରେ ନୁହଁ ତା ହୃଦ ସ୍ପନ୍ଦନର ରଙ୍ଗରେ ଲେଖା ଥିଲା।।ହଁ ଗୋଟେ ପାଖରେ ଆଶିଷ ଦେଇଥିବା ଲାଫିଙ୍ଗ ବୁଦ୍ଧ ତା ଆଡ଼କୁ ହସୁଥିଲେ।।ସେ ଏବେ ବି ନିଷ୍ପତ୍ତି ନେଇ ପାରୁନଥିଲା ଯେ ସେ ସବୁକୁ ପାଖରେ ରଖିବ ନା ଫୋପାଡ଼ି ଦେଵ।।ଆଶିଷ ତା ଜୀବନରେ ପ୍ରଥମ ପୁଅ ଥିଲା ଯାହାକୁ ସେ ପ୍ରାଣଭରି ଭଲ ପାଉଥିଲା।।ଏସବୁ ଭାବନା ଭିତରେ ତାର ଦୃଷ୍ଟି ଯାଇ ପଡେ ପାଖ ଟେବୁଲରେ ଥିବା ଗୋଟେ ହାତ ଘଣ୍ଟା ଆଉ କିଛି ଚକଲେଟର ପ୍ୟାକେଟ ଥିଲା ଯାହାକୁ ସେ ନିଜ ଭାବିସ୍ଵାମୀ ପ୍ରତୁଷକୁ ଉପହାର ଦେବାକୁ ଯାଉଥିଲା।।କିନ୍ତୁ ଏମିତି ଉପହାର ଆଶିଷକୁ ପସନ୍ଦ ନଥିଲା।ସେ କହୁଥିଲା ଏମିତି ରେଡିମେଟ ଜିନିଷର ପ୍ରେମର ଭାବନା ନଥାଏ।ସେ ତ ସବୁ ବେଳେ କହୁଥିଲା ଉପହାରରେ ନିଜର କିଛି ସୃଜନଶୀଳତା ରହିବା ଦରକାର ମାନେ ଯେମିତି ହାତ ଲେଖା ଚିଠି ନହେଲେ ହାତ ତିଆରି କାର୍ଡ଼ ଯେଉଁଥିରେ ଥିବା ଭଲପାଇବାର ସୁରଭି।।ଇମେଲ ମେସେଜ fb whatsaap ଯମାନାରେ ପୁଣି ହାତ ଲେଖା ଚିଠି।।ସେ ଯାହା ହଉ ସେ ସବୁକୁ ସେ ପିଙ୍ଗି ଦେବାକୁ ଚଂହୁଥିଲା।।କିନ୍ତୁ କେଜାଣି କାହିଁକି ଆଶିଷର ପ୍ରେମକୁ ନିଜ ଭିତରୁ ବାହାର କରି ପିଙ୍ଗିବାକୁ ବାରମ୍ବାର ସେ ଅସଫଳ ହେଉଥିଲା।।ୟା ଭିତରେ ସେ ଅଜାଣତରେ ଆଶିଷର ପସନ୍ଦର ନୀଳ ରଙ୍ଗର ଡ୍ରେସ ପିନ୍ଧିଥିଲା ଆଉ ସେ ଦେଇଥିବା ନୀଳ ରଙ୍ଗର କାନ ଫୁଲ ବି।।ଆଇନାରେ ମୁହଁ ଦେଖୁ ଦେଖୁ ସେ ନିଜକୁ ସମ୍ଭାଳି ପାରିଲାନି ।।ଆଶିଷ ଦେଇଥିବା କାନ ଫୁଲ ତା ଗଳାରେ ଏମିତି ଅଟକି ଥିଲା ଯେ ନା ତାକୁ ସେ ଢୁକି ପାରୁଛି ନା କାଢି ପାରୁଛି।।ଆରେ ତାର ତ କିଛି ମାସ ପରେ ବାହାଘର।।ଏମିତି ବି ତାକୁ ପ୍ରତୁଷ ଭଲ ଲାଗିଥିଲେ ।।ଭଲ ଚାକିରୀ , ଦେଖିବାକୁ ଭଲ , ଉତ୍ତମ ବ୍ୟବହାର।।କେଉଁଥିରେ ବି ବାଛି ହେବନି।।ଏସବୁ ଭଲ ଭିତରେ ପୁଣି ଆଶିଷର ସ୍ମୃତି କାହିଁକି ପଶିଆସି ତା ନୂଆ ସ୍ବପ୍ନକୁ ମଳିନ କରିଦେଉଥିଲା।।ଏକ ଅଜଣା ରାଗରେ କାନ ଫୁଲକୁ ଖୋଲି ଫୋପାଡ଼ି ଦେବାକୁ ଉଦ୍ୟତ ହୁଏତ ବାହାରୁ ଗାଡି ଵାଲାର ଫୋନ ଆସିଲା ଜଲଦି ବାହାରିଯିବାକୁ।।ସେ ପ୍ରକୃସ୍ଥିତ ହେଲା।।ନିଜକୁ ଯଥା ସମ୍ଭବ ଆଉ ଥରେ ସଜାଡି ନେଲା।।ଆଉ ବାହାରିଗଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆତର୍ଜତୀୟ ବିମାନଘାଟିକୁ।।
ଠିକ ଦିନ ୪ଟାରେ ଭୁବନେଶ୍ୱର ବିମାନଘାଟିରେ ପଂହଂଚି ଗଲା ପ୍ଲାଇଟ ।।ବାହାରେ ତାକୁ ନେବା ପାଇଁ ଅତି ବ୍ୟାକୁଳତାର ସହ ଅପେକ୍ଷା କରିଥିଲା ଆଶିଷ।।ସେମାନେ ତାଙ୍କ break up ର 2 ବର୍ଷ ପରେ ପ୍ରଥମଥର ଦେଖା ହେବାର ଅପେକ୍ଷାରେ ଥିଲେ।।ୟା ଭିତରେ ସଞ୍ଜନା ଦୁଇ ଚାରି ଥର ନିଜ ଘରକୁ ଗଲା ବେଳେ ଭୁବନେଶ୍ୱର ଆସିଛି କିନ୍ତୁ କେବେ ଆଶିଷକୁ ଦେଖା କରିବାକୁ ଆବଶ୍ୟକ ମନେ କରିନି ବରଂ କହିବାକୁ ଗଲେ ତାକୁ ସାମ୍ନା କରିବାର ସାହସ ତା ପାଖେ ନଥିଲା।।୨ ବର୍ଷ ପରେ ଏମିତି ଆଉ ଥରେ fb ରେ କଥା ହୋଇଥିଲେ ସେମାନେ।।ଆଉ ଶେଷଥର ପାଇଁ ଦେଖା ହେବାର କଥା ହୋଇଥିଲା।।ବାହାରକୁ ଆସୁ ଆସୁ ସଞ୍ଜନା ଚିହିଁ ପକାଇଲା ଆଶିଷକୁ।।ସେଇ ପୁରୁଣା କାଳର ଷ୍ଟାଇଲର ଧଳା ସାର୍ଟ କଳା ପ୍ୟାଣ୍ଟ ପିନ୍ଧି କିଛି ଦୂରରେ ଠିଆ ହୋଇଥିଲା ୬ଫୁଟର ଆଶିଷ।।କିଛିବି ପରିବର୍ତ୍ତନ ନଥିଲା ।।ନା ତା ହସରେ ନା ତା ଡ୍ରେସିଂ ସେନ୍ସରେ ।।ଯେମିତି ୨ବର୍ଷ ତଳେ ଥିଲା ସେମିତି ଆଜିବି ଅଛି ତାର ପ୍ରିୟ ଆଶିଷ ଯାହାକୁ ସେ ଆଜି ଅନ୍ତିମ ଥର ପାଇଁ ଦେଖାକରିବାକୁ ଆସିଛି।।ଅନେକ ଥର ତ ସେ ଚେଷ୍ଟା କରିଛି ଆଶିଷକୁ ମନରୁ ବାହାର କରିବାକୁ।।କେତେବି ବାସ୍ତବଧର୍ମୀ ହେଲେ ବି ନିଜ ମନରୁ ପ୍ରଥମ ପ୍ରେମକୁ ବାହାର କରିବା କଣ ଏତେ ସହଜ।।ଯେତେ ଯେତେ ସେ ଆଶିଷ ପାଖକୁ ଯାଉଥିଲା ତା ମନରେ ସବୁତକ ପୁରୁଣା ସ୍ମୃତି କୁଆଡେ ଥିଲା କେଜାଣି ଉଛଳି ପଡି ମନେ ପଡିଯାଉଥିଲା।।ନିଜକୁ ଯେତେ ନିୟନ୍ତ୍ରଣ କଲେ ବି ସ୍ମୃତି ଗୁଡି଼କ ତା ଆଖିର ଲୁହ ହୋଇ ବିହିବାକୁ ଲାଗିଲା।।ବୋହି ଯାଉଥିବା ଲୁହ ପାଇଁ ତ ସେ ନିଜେ ହିଁ ଦାୟୀ ଥିଲା।ନିଜେ ତ ସେ ଆଶିଷ ଠୁଁ ଅଲଗା ହୋଇଯିବାର ନିଷ୍ପତ୍ତି ନେଇଥିଲା।।କିନ୍ତୁ ଏବେ କାହିଁ ସେ ନିଷ୍ପତ୍ତିର ପଶ୍ଚାତାପ କରୁଛି।।ଲୁହ ପୋଛିଦେଇ ସେ ଆଶିଷ ଆଡକୁ ଧୀରେ ଧୀରେ ଦମ୍ଭ ଧରି ଗଲା।।ଆଶିଷ ବି ତାକୁ ଏକ ଲୟରେ ଚାହିଁଥାଏ।।ଗୋଟେ ମୁହୁର୍ତ୍ତ ବି ତାକୁ ଲାଗିଲାନି ସଞ୍ଜନାର ମାନସିକ ଅବସ୍ଥାକୁ ବୁଝିବାକୁ।।ପ୍ରେମରେ ସବୁକଥା କହିବାକୁ ପଡେନାହିଁ କିଛି କଥା ନକହି ମଧ୍ୟ ବୁଝିହୁଏ।।ଦିର୍ଘ ଦୁଇ ବର୍ଷ ପରେ ସେମାନଙ୍କର ଦେଖାହୋଇଛି।।ଦୁଇ ବର୍ଷକୁ ଦୁଇ ଯୁଗ ଭଳି କଟିଥିବା ଆଶିଷ ସଞ୍ଜନାର ଆଖିରେ ଆଖି ମିସାଇବାର କିଛି କ୍ଷଣରେ ସବୁ ଦୁଃଖକୁ ଭୁଲି କ୍ଷମା କରିଦେଇଥିଲା ତାକୁ।।ତାକୁ ଲାଗୁଥିଲା ଯେମିତି ଗତ କାଲି ତାର break up ହୋଇଥିଲା।।ଗତ କାଲି ତ ତା ହୃଦୟକୁ ଭାଙ୍ଗି ଚାଲିଯାଇଥିଲା ସେ।।ଛାଡ଼ନ୍ତୁ ସେ ତ ଏବେ ତାକୁ କ୍ଷମା କରିଦେଇଥିଲା।।
ବିମାନଘାଟିରୁ ବହାରିବାବେଳେ ଆଶିଷ ତା ହାତକୁ ବି ଧରିନଥିଲା।।ଏକଥା ସଞ୍ଜନାକୁ ବାଢୁଥିଲା କିନ୍ତୁ ଏସବୁ ପାଇଁ ତ ସେ ନିଜେ ଦାୟୀ ଥିଲା।ନିଜେ ତ ସେ ନିଜଠୁ ଆଶିଷକୁ ଅଲଗା କରିଥିଲା।।ଏକଥା ତାକୁ ବାରମ୍ବାର ତା ହୃଦୟକୁ କୁଠାରଘାତ କରିଚାଲିଥିଲା।।କିନ୍ତୁ bikeରେ ବସିବ ପରେ ଦୁହେଁ ପୁରୁଣା ପ୍ରେମୀପରି ହୋଇଯାଇଥିଲେ।।ପ୍ରଥମେ ପ୍ରଥମେ ତ ସଞ୍ଜନା ଟିକେ ଦୁରେଇ ବସିଥିଲା କିନ୍ତୁ ଧୀରେ ଧୀରେ କେତେବେଳେ ତା ହାତ ଯାଇ ଆଶିଷର କାନ୍ଧରେ ଥିଲା ତାକୁ ଜଣା ବି ପଡିଲାନି।।କିଛି ସମୟ ଆଗକୁ ଯିବା ପରେ ଶାରୀରିକ ଆଉ ମାନସିକ ଭାବେ ଥକି ପଡିଥିବା ସଞ୍ଜନା ଆଶିଷର କାନ୍ଧରେ ମୁଣ୍ଡ ରଖିଦେଲା।।ଏତେ ସମୟର ନୀରବତା ଭଙ୍ଗ କରି"ଏବେବି ଛୋଟ ପିଲାଙ୍କ ଭଳି ହେଉଛ,କେବେ ବଡ ହେବ ତୁମେ..."ଟିକେ ହସିଦେଇ ଆଶିଷ କହିଲା।।"ତୁମେ କଣ ଭାବୁଛ ମୁଁ ଛୋଟ ଅଛି ମୁଁ ବଡ଼ ହୋଇ ଗଲିଣି ନା ଆଉ"କହୁ କହୁ ହସିଦେଲା ସିନା ସଞ୍ଜନା କିନ୍ତୁ ହସ ତଳର ଲୁହକୁ ଅଟକାଇ ପାରିଲାନି ସେ।।ଉଷ୍ମ ଦୁଇଟୋପା ଲୁହ ଆଶିଷର କାନ୍ଧରେ ପଡିଲା।।ୟା ଭିତରେ ରାସ୍ତା କଡର ଗୋଟେ ଗୁପ୍ ଚୁପ ଦୋକାନ ପାଖରେ ଦୁହେଁ ଅଟକି ଗଲେ।।ଏମିତି କେତେଥର ସେମାନେ ବାଣୀବିହାରରେ ପଢିଲା ବେଳେ କେତେ ଜାଗା ବୁଲି ବୁଲି ଗୁପଚୁପ ଦହିବରା ,ଆଇସକ୍ରିମ ଖାଇଛନ୍ତି।।ରାସ୍ତା କଡ଼ରୁ ଖାଇବାର ମଜା ତ ଆଶିଷ ହିଁ ଶିଖାଇଥିଲା ତାକୁ।।ହଁ ....ଗୁପଚୁପ ଖାଉ ଖାଉ ରାଗ ଲାଗିଲା ତାକୁ।। ଓ...ଓ..ହେବାକୁ ଲାଗିଲା ସଞ୍ଜନା।।ଏମିତି ସବୁବେଳେ ସେ ତ ଭାଇ ଆଉ ଟିକେ ରାଗ କର ଆଉ ଟିକେ ରାଗ କର କହି ଖାଇ ନପାରି ଆଖିରୁ ଲୁହ ବାହାର କରେ।।ପୂର୍ବଭଳି ତା ମୁଣ୍ଡକୁ ଥପୁଡ଼େଇଦେଇ ପାଣି ଆଣିଦେଲା ଆଶିଷ।।ସତରେ ଟିକେ ବି ବଦଳି ନଥିଲା ସେ।।ପୂର୍ବ ଭଳି ଭଲପାଇବା ,ପୂର୍ବ ଭଳି ଯତ୍ନନେବା,କିଛି ଟିକେ ହୋଇଗଲେ ତାର ବ୍ୟସ୍ତ ହୋଇପଡିବା।।କିଛି ବି ନୁହଁ କିଛି ବି ପରିବର୍ତ୍ତନ ହୋଇନଥିଲା।। ସବୁତ ପୂର୍ବ ଭଳି ଠିକ ଠାକ ଚାଲୁଥିଲା ଯେମିତି ଦୁଇ ବର୍ଷର ବ୍ୟବଧାନ ଦୁଇ ମିନିଟ ଭଳି ଥିଲା।।କିନ୍ତୁ ଏଯାଏ ପରସ୍ପର ସହ ଠିକସେ କଥା ବି ହୋଇ ନଥିଲେ।
ଏସବୁ ଭିତରେ ହଟାତ ସଞ୍ଜନାର ଫୋନ ବାଜି ଉଠିଲା।।ଗୋଟେ ଅଜଣା ନମ୍ବରରୁ ଆସିଥିଲା।।"hello.. କିଏ କହୁଛନ୍ତି" ଉତ୍ତରରେ ଆସିଲା " ସଞ୍ଜନା.. ମୁଁ ପ୍ରତୁଷ କହୁଛି।।ମାଙ୍କ ଠୁଁ ନମ୍ବର ମିଳିଲା।।ତୁମେ ଏବେ ଭୁବନେଶ୍ୱରରେ ଅଛ ବୋଲି ଜାଣିବାକୁ ପାଇଲି।।ମୁଁ ତୁମକୁ ଦେଖା କରିବାକୁ ଚାହେଁ ।।ମୋତେ ଆଜି କଫି ଶୋପ ରେ ଦେଖ କରିପାରିବ ଠିକ ସାନ୍ଧ୍ୟ ୭ ଟାରେ??" ସଞ୍ଜନା କଣ ଉତ୍ତର ଦେଵ ଭାବୁ ଭାବୁ ପାଟିରୁ ବାହାରିଗଲା " ହଉ ଠିକ ଅଛି"।।କ୍ରମଶଃ.....
To be continued ... Please follow the fb page to read upcoming all part 2 and part 3 of this story..Link is given below.
https://m.facebook.com/odiadarpana1/
👆👆👆👆👆👆👆👆👆👆👆👆👆👆👆👆👆
Its too difficult to forget the first feelings....
ReplyDeleteIts remains forever and ever and ever..
This comment has been removed by the author.
ReplyDeleteWhere is Part-2
ReplyDeleteThanks for your comments..Will upload next parts..Due to shortage of time I couldn't complete it..Sorry
Delete