Tuesday, March 27, 2018

ମୋ ପ୍ରିୟା (Mo Priya)


                   🌹ମୋ ପ୍ରିୟା...



ସକାଳ ସୁରୁଜ ସୁନେଲି କିରଣେ
ହସୁଛି ମୋ ପ୍ରିୟା କିରି କିରି
ସତେ ଯେ ଲାଗୁଛି ମର୍ତ୍ତ୍ୟର ନୁହଁ ସେ
ସରଗର ଗୋଟେ ପରି।।।

ପରି ନୁହଁ ସେ ମୋ'ମନ ମଇନା
ମନ ତାର ଅଟେ କାଚର ଆଇନା
ଛନ୍ଦ କପଟ ସେ କିଛି ବି ଜାଣେନା
ଅଭିମାନିନି ସେ କିଛି ବି ବୁଝେନା।।।।

ଅଭିମାନି ନୁହେଁ ମୋ'ମନ ରାଣୀ ସେ
ମୁଖରୁ ତାହାର ସୌନ୍ଦର୍ଯ୍ୟ ପ୍ରକାଶେ
ଫୁଲେଇ ରାଣୀ ସେ ଫୁଲ ପରି ହସେ
ହସରୁ ତାର ମଣି ମୁକ୍ତା ଖସେ।।।

ମଣି ମୁକ୍ତା ନୁହଁ ସେ ଗୋଲାପ କଢିଟେ
ଲାବଣ୍ୟବତୀ ସେ ସୁନ୍ଦରୀ ଝିଅଟେ
ଜହ୍ନ ପଡ଼ିଲାଣି ତା ପାଇଁ ସଂକଟେ
ତାକୁ ସ୍ବପ୍ନ ଦେଖି ରାତି ମୋର କଟେ।।।

ସପନ ନୁହଁ ସେ ଅଟେ ରୂପବତୀ
ଲାଜେଇ ଝିଅ ସେ ସୁକୁମାର ଅତି
ରୂପରେ ସେ ଦିଶେ ରାଣୀ ପଦ୍ମାବତୀ
ନିଜ ଠାରୁ  ମୁଁ ତାକୁ ଭଲପାଏ ଅତି।।।।






7 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();