Friday, March 30, 2018

ଦେବସ୍ମିତା (Debasmita) part-1

                   💘ଦେବସ୍ମିତା....

👉ପ୍ରଥମ ଭାଗ



                               ତର ତର ହୋଇ ପହଞ୍ଚିଲାବେଳକୁ ରାଞ୍ଚି ରେଳବାଇ ଷ୍ଟେସନ ରେ ଭାରି ଭିଡ଼।।ଭିଡ  ପାର କରିଦେଖିଲି ତପସ୍ୱିନୀ ଏକ୍ସପ୍ରେସ ଏକ ନମ୍ବର ପ୍ଲାଟଫୋର୍ମରେ ଠିଆ ହୋଇଛି।।ମୋ ସିଟ ଥିବା ବୋଗ୍ଗୀଟା ଟ୍ରେନର ପଛଆଡୁ କିଛି ବୋଗ୍ଗୀ ଆଗକୁ ଥିଲା।। ଡେରି ନ କରି ଯାଇ ମୋ ସିଟରେ ବସିପଡ଼ିଲି।।ଫ୍ୟାନସବୁ ଚାଲୁ କରିଦେଲି।।ଓଃ.. ଟିକେ ଶାନ୍ତି।।ବୈଶାଖର ଟାଣୁଆ ଖରାରେ ଓଜନିଆ ବ୍ୟାଗକୁ ନେଇ ଆଜି ଏଠି ସେଠି ଦୌଡା ଦୌଡ଼ି କରି ହାଲିଆ ଲାଗୁଥାଏ।।ଆଖି ମୋଦି ହୋଇ ଆସୁଥାଏ।।ମୁହଁରେ ହାତ ଭରା ଦେଇ ଝରକା ପାଖେ ବସି ବାହାର ଭିଡକୁ ଚାହିଁଥାଏ ।। ସେଦିନ ରବିବାର ଥାଏ।।ବହୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଯୋଗୁଁ ଭିଡ ବଢି ଯାଇଥାଏ।।ଆଜିକାଲି ଦୁନିଆରେ ଚାକିରୀ ଖଣ୍ଡେ ପାଇବା କେତେ କଷ୍ଟ ତାହା ଭିଡ଼ ଦେଖି ସହଜରେ ଅନୁମାନ କରାଯାଇପାରେ।।ମୋର  ଆଜି ଗୋଟେ ଗୋଟେ ସରକାରୀ କାରଖାନାର ସାକ୍ଷାତକାର ପରୀକ୍ଷା ଥିଲା।।ପରୀକ୍ଷା ବେଶ ଭଲ ଯାଇଥିବାରୁ ଟିକେ ଆସୋସ୍ତି ଲାଗୁଥାଏ।।ପରୀକ୍ଷଙ୍କ ବ୍ୟବହାରରୁ ଲାଗୁଥିଲା ବେଶ ଖୁସି ଅଛନ୍ତି ସେମାନେ ।। ମାନେ ଚାକିରୀ ମିଳିଯିବାର ଅଧିକ ସୁଯୋଗ ଅଛି।।ଏତେ ସବୁ ଭାବୁ ଭାବୁ ବ୍ୟାଗରୁ ପାଣି ବାହାର କରି ପିଇଲି।। ବାହାରକୁ ଚାହିଁ ଥାଏ ।।ଭିଡ଼ ଭିତରେ ନଜର ବୁଲାଉ ବୁଲାଉ ହଠାତ ମୋ ନଜର ଗୋଟେ ମୁହଁ ପାଖେ ଅଟକି ଗଲା।।ସେଇ ମୁହଁକୁ କିଛି ସମୟ ଆଗରୁ ସାକ୍ଷାତକାର ପରୀକ୍ଷା ପାଇଁ ପ୍ରତୀକ୍ଷା ଗୃହରେ ଦେଖିଥିଲି।।ପୁଣି ଆଉ ଥରେ ଦେଖି ମୁଁ ମୋ ଆଖିକୁ ଵିଶ୍ଵାସ କରିପାରୁନଥାଏ।। ଭିଡ଼ ଭିତରୁ ସେ ଟ୍ରେନ ଆଡକୁ ପାଦ ପରେ ପାଦ ମାଡିସୁଥାଏ ।।ଏଣେ ମୋ ହୃଦୟର ସ୍ପନ୍ଦନ ବଢି ବଢ଼ି ୧୦୦ ପାରି ହେଇ ଯାଇଥାଏ।ହେବନି ବା କାହିଁକି ତାର ରୂପ ଯୌବନକୁ ଯେ କେହି ଦେଖିଲେ ବିମୋହିତ ହଇଯିବ।।।      



                             ଝିଅ ନୁହଁ ତ ଗୋଟେ ଅପ୍ସରୀ।।କେଉଁ ପରି ରାଇଜର ରାଜଜେମା ।ବାଟ ଭୁଲି ମର୍ତ୍ତ୍ୟରେ ଉପସ୍ଥିତ।।।।ଗୋଟିଏ ଚାଉଳରେ ଗଢ଼ା।।ସୁସଜ୍ଜିତ କେଶ ବିନ୍ୟାସ ମରାଳ ମାଳିନୀ ନିଲମ୍ବୁ ଚିଲିକାର ତରଙ୍ଗକୁ କରେ ଉପେକ୍ଷିତ ।। ପୂର୍ଣ୍ଣିମାର ଚାନ୍ଦ ବି ଛୁପିଯିବ ଲାଜରେ ଅଶ୍ରୁହାରେ ଈର୍ଷ୍ୟାରେ ।।ନିଷ୍କପଟି ସଦାପ୍ରସନ୍ନ ମୁଖମଣ୍ଡଳ।।ମଦ ମତ୍ତଳ କଳାଭଉଁରୀ ଆଖିର କଟାକ୍ଷ ଯେ କେହି ଯୁବକ ମନରେ ସୃଷ୍ଟି କରିବ କାମନାର ମଲହର।। । ରସାଳିତ ମଧୁମୟ ଲିପ୍ସା ନିରବରେ ଗାନ କରେ ପ୍ରେମ ପିଆଲାର ସ୍ବର୍ଣ୍ଣିମ କାହାଣୀ।।କ୍ଷୀଣ ତନୁ ସାଙ୍ଗକୁ ଯଥେଷ୍ଟ ଉଚ୍ଚତା।।ଗଳାରେ ପତଳା ସୁନା ହାରରେ ଲକେଟ ଟିଏ ଝୁଲୁଛି।।ମଥାରେ ଛୋଟ ଟିପାଟେ।।ରାଜହଂସି ଚାଲି ସାଙ୍ଗକୁ  ରକ୍ତବର୍ଣ୍ଣର କୁର୍ତି।।ଓଃ...କି ସ୍ୱର୍ଗୀୟ ଅନୁଭୂତି।। ସେ ତ ଦାଉ ଦାଉ ଜଳୁଥାଏ ,ଅଗ୍ନିର ବର୍ହିଁରେ ନୁହଁ, ସୌନ୍ଦର୍ଯ୍ୟର ଆଭାରେ।





                        ମନେ ମନେ ଭାବୁଥାଏ ମୁଁ ବସିଥିବା ବୋଗ୍ଗୀକୁ ଅସାନ୍ତାକି।ଆସି ମୋ ପାଖେ ବସନ୍ତା' ।ମୋ ମନର ସବୁ କ୍ଳେଶ, ମୋ ବପୁର ସବୁ ଦରଜ  ଭୁଲିଯାଇ ତା'ରି ନିରୀହ ଚାହାଣୀ ଭିତରେ ନିଜକୁ ହଜାଇ ଦିଅନ୍ତି।।ମୋ ମନର ସବୁ କଥା ଗୋଟି ଗୋଟି କରି କହିଦିଅନ୍ତି।ଆଉ କହିଦିଅନ୍ତି ତା ପ୍ରତି ମୋ ମନରେ ଥିବା....ଛାଡ଼ନ୍ତୁ।।।ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ ତାକୁ ମୁଁ ଅନୁଭବ କରି ଚାଲିଥାଏ। ।କିନ୍ତୁ ଏ କଣ ସେ ତ ଆଗ ବୋଗ୍ଗୀ ଆଡକୁ  ମାଡିଯାଉଛି ଜଣେ ବୟସ୍କ ଲୋକ ସହ ।।ବୋଧହୁଏ ସେ ବୟସ୍କ ବ୍ୟକ୍ତି ଜଣକ ତା ବାପା।।ନିମିଷକେ ମୋ ଆଖିରୁ ସେ ଉଭାନ ହୋଇଗଲା ।ଝରକା ପାଙ୍କ ଦେଇ ଯେତେ ଚେଷ୍ଟା କଲେବି ତାର ଦେଖା ନଥିଲା।।OMG !! ମୋ ସ୍ବପ୍ନ ଏତେ ଜଲଦି ଭାଙ୍ଗି ଯିବ, ଜାଣିନଥିଲି।।ମନଟା ଟିକେ ଖଟା ହୋଇଗଲା।ମନେ ମନେ ଭଗବାନଙ୍କୁ କୋଶି ବାରେ ଲାଗିଲି।।ଯଦି ଭାଗ୍ୟରେ ନଥିଲା ସେ ତେବେ ପୁଣି ଥରେ କାହିଁକି ମୋ ନଜରରେ ଆଣିଲ।।ହେୟ ଭଗବାନ ତୁମେ ବଡ଼ ମାୟାବୀ।।ଚୁପ ହୋଇ ବସିରହିଲି କିଛି ସମୟ ଆଉ ବିତିଯାଇଥିବା ସେ ମିଠା ମିଠା ନିକଟ ଅତୀତକୁ ମନେ ପକାଇ ତାର ଚିତ୍ରାଙ୍କନ କରୁଥିଲି ହୃଦୟରେ କ୍ୟାନଭାସରେ।।ହଟାତ ଏକ ବୟସ୍କ ଲୋକର ପାଟି ଶୁଣି ବୁଲି ପଡ଼ିଲି।।"ପୁଅ ତୁମେ ଟିକେଟ କରିଛ।।ଏଇଟା ଆମ ସିଟ।।ଏଇଦେଖ ଆମ ଟିକେଟ" ସେହି ବୟସ୍କ ବ୍ୟକ୍ତି ଜଣକ ମୋତେ ଚାହିଁ କହୁଥାନ୍ତି ଆଉ ତାଙ୍କ ଟିକେଟଟା ମୋ ଆଡକୁ ବଢ଼ାଇ ଦେଲେ।। "ହଁ..... ମାନେ ମୁଁ..ମୋର.."ମୁଁ କହୁ କହୁ ସେ କହିଲେ " ଯାଅ ଯାଅ ଆମକୁ ଆମ ସିଟ ଛାଡ"।।।"ହଁ uncle ଉପର ସିଟଟା ମୋର " ଟିକେ ଦମ୍ଭରେ କହୁ କହୁ  ବ୍ୟାଗରୁ ମୋ ଟିକେଟଟା ବହାରକରିବାରେ ଲାଗିପଡ଼ିଲି।।।।'"ଏଇ ଦେଖନ୍ତୁ ମୋ ଟିକେଟ" କହି ତାଙ୍କ ଆଡକୁ ଟିକେଟଟା ବଢାଉଥିଲି, ଦେଖିଲି ସେ ନିରୀମାଖୀ ଝିଅ, ପୁଣିଥରେ ସେ ବୟସ୍କ ବ୍ୟକ୍ତିଙ୍କ ପଛରେ,  ଚୁପଚାପ ଜଣେ ଦେବୀଙ୍କ ପରି ଠିଆ ହୋଇି ସ୍ମିତହାସ୍ୟ ଦେଉଛି......କ୍ରମଶଃ....
ସମ୍ପୂର୍ଣ୍ଣ ଗପ ଦ୍ୱିତୀୟ ଭାଗ ପାଇଁ ତଳ link ରେ click କରନ୍ତୁ।।
https://asitodia.blogspot.in/2018/04/debasmita-part-2.html
👆👆👆👆👆👆👆👆👆👆👆👆👆👆👆👆👆





ଯଦି ଗପଟି ଆପଣଙ୍କୁ ଭଲ ଲାଗୁଥାଏ ନିଶ୍ଚୟ କହିବେ।।good or bad feedback Always helps to improve.. Thank you...

   




7 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();