Tuesday, April 10, 2018

ଆରକ୍ଷଣ (Reservation)

                🏅ଆରକ୍ଷଣ...



                       ବେସ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭିଡ ଧୀରେ ଧୀରେ କମିବାରେ ଲାଗିଛି ।। କେତେ ନେତା ରାଜନେତା ମିଡିଆ ବାଲା ଆସି ଫେରିଗଲେଣି।।ରୋଗୀଙ୍କ ସମ୍ପକୀୟ ମାନଙ୍କୁ ଛାଡି ଦେଲେ ଅନ୍ୟମାନେ ନିଜ ନିଜ କାମରେ ଚାଲିଗଲେଣି ।।ହଁ ଆଜି ରୋଗୀଙ୍କ ସଂଖ୍ୟା ଟିକେ ଅଧିକ ଅଛି କାରଣ ଗତକାଲି ହୋଇଥିବା ବନ୍ଦ ପାଳନରେ ହିଂସାକାଣ୍ଡ ଯୋଗୁଁ କିଛି ଲୋକ ଖଣ୍ଡିଆ ଖାବରା ହୋଇ ଆସିଛନ୍ତି ।।ସେମିତି ଦୁଇଜଣ ବନ୍ଧୁ ପାଖାପକ୍ଷୀ ହୋଇ ଦୁଇଟି ବେଡ଼ରେ ସୋଇଛନ୍ତି ।।ତାଙ୍କର ଚିକିତ୍ସା ଚାଲିଛି ।।ଦୁଇଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି ।।ହଁ ସେମାନଙ୍କ ପରିଚୟ କରାଇଦିଏ।।ଜଣେ ଶ୍ୟାମ ମିଶ୍ର ବାବୁଙ୍କ ପୁଅ ରାଜେଶ ଆଉ ଅନ୍ୟଜଣେ ସୁକାନ୍ତ ଜେନାଙ୍କ ପୁଅ ମାନସ ।।ଦୁହେଁ ମେଧାବୀ ନହେଲେ ବି ବିହୁତ ଭଲ ପାଠ ପଢ଼ନ୍ତି ।।କିନ୍ତୁ ସେମାନଙ୍କର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା ।।ରାଜେଶ M A କରିବା ପରେ ଚାକିରି ପାଇଁ ହନ୍ତସନ୍ତ ହେଉଛି।।ବାପାଙ୍କ ଦେହ ଖରାପ ହେବାରୁ ନିଜ ବାପାଙ୍କ ବହି ଦୋକାନ ଏବେ ସମ୍ଭାଳୁଛି ଆଉ ରାତିରେ ସମୟ ହେଲେ ପଢାପଢି କରେ ।।ଠିକ ସେମିତି ମାନସର ଅବସ୍ଥା।।ନିଜ ବାପାଙ୍କ ସାଇକେଲ ଦୋକାନରେ ବାପାଙ୍କୁ ସାହାଯ୍ୟ କରେ ଆଉ ରାତିରେ ପାଠ ପଢା ।।ଦୁଇଜଣ ଯାକ ସାଙ୍ଗ ଛୋଟ ଦିନରୁ ଭଲରେ ମନ୍ଦରେ ପରସ୍ପରକୁ ସାହାଯ୍ୟ ସହଯୋଗ କରନ୍ତି ।।କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାକୁ ସାଙ୍ଗ ହୋଇ ଯାଆନ୍ତି ।।ଫେରନ୍ତି ବି ସାଙ୍ଗ ହୋଇ।।କାରଣ ଚାକିରୀ କାହାକୁ ମିଳେନାହିଁ।।କିଏ ବା ଚାକିରୀ ଦେଵ ।।ସରକାରୀ ଚାକିରୀରେ ପ୍ରତିଯୋଗିତା ତ ବହୁତ ବଢି ଯାଇଛି।।ଆଉ ସେମାନେ ତ କୌଣସି ବୈଷୟିକ ଶିକ୍ଷା କି ତାଲିମ ନେଇନାହାନ୍ତି ଯେ ତାଙ୍କୁ ବେସରକାରୀ ଚାକିରୀ ଖଣ୍ଡେ ସହଜରେ ମିଳିଯିବ।।ଅନ୍ୟକୁ ଟୁୟୁସନ ପଢ଼ାଇ ଯେତେ ସମ୍ଭବ ସେ ନିଜ ଖର୍ଚ୍ଚରେ ଏତେ ଯାଏ ପାଠ ପଢ଼ିଛନ୍ତି।।

                  ସେ ଯାହା ହେଉ ମୁଁ କାଲିର ଘଟଣା ବିଷୟରେ କହିଦିଏ।।କାଲି କିଛି ସଂଗଠନ sc st obc ଙ୍କ  ଆରକ୍ଷଣ ପାଇଁ ଭାରତ ବନ୍ଦ ଡାକରା ଦେଇଥିଲେ ।।ମାନସ ମଧ୍ୟ ସେମାନଙ୍କ କଥାରେ ପ୍ରଭାବିତ ହୋଇ ନିଜ ଦୋକାନ ବନ୍ଦ କରି ବନ୍ଦରେ ସହଯୋଗ କରିଥିଲା।।ଦଳେ ଲୋକଙ୍କ ସହ ମାନସ ଯାଇ ରାଜେଶକୁ କହିଲେ ଭାରତ ବନ୍ଦ ପାଇଁ ତା ବହି ଦୋକାନ ବନ୍ଦ ରଖିବାକୁ।।କିନ୍ତୁ ରାଜେଶ ସେମାନଙ୍କୁ ବିରୋଧ କରି ନିଜ ଯୁକ୍ତି ବଢିଥିଲା ଯେ ଆରକ୍ଷଣ ଯୋଗୁଁ ଦେଶରେ କେମିତି ମେଧାବୀ ଛାତ୍ରମାନେ ନିଜ ପ୍ରତିଭା ଅନୁସାରେ ଚାକିରୀ ଖଣ୍ଡେ ନପାଇ କେତେ କଣ ଅସାମାଜିକ କାମ କରୁଛନ୍ତି କିଛି ଆତ୍ମହତ୍ୟା କରୁଛନ୍ତି ଇତ୍ୟାଦି ଇତ୍ୟାଦି।।।କିନ୍ତୁ ତା କଥା କେହି ଶୁଣିବା ଅବସ୍ଥାରେ ନଥିଲେ।।ମାନସ ମଧ ତାକୁ ଅନୁରୋଧ କଲା ବନ୍ଦ କରିବାକୁ କିନ୍ତୁ ତା ସହ ତାର ଯୁକ୍ତିତର୍କ ହେଲା।।ମାନସ ଧରିଥିବା ବାଡ଼ିରେ ରାଜେଶର ମୁଣ୍ଡକୁ ପାହାର ଦେଲା ରାଜେଶ ବି ଦୋକାନରୁ ବାଡ଼ି ଆଣି ମାନସକୁ ବଡେଇଲା।।କିଛି ସମୟ ମଧ୍ୟରେ ଦୁହେଁ ଚେତା ହରାଇ ପଡ଼ିଥିଲେ ଆଉ ଏବେ ଚିକିତ୍ସାଳୟରେ ଅଛନ୍ତି।।

              କିଛି ସମୟ ଆଗରୁ ଥାନରୁ କିଛି ପୋଲିସ ଆସିଥିଲେ।।ଦୁଇଜଣଙ୍କ ନାଁ , ବାପାଙ୍କ ନାଁ, ଗାଁ ନାଁ ସବୁ ଲେଖି ନେଇଯାଇଛନ୍ତି।।ଆଉ ତାଗିଦ କରି କହିଯାଇଛନ୍ତି କାଲି ଦୁହିଁକୁ ଥାନାରେ ହାଜିର ହେବାକୁ।।ପାଖରେ ବସି ଦୁଇ ପରିବାରର ଲୋକ କାନ୍ଦୁ ଥାନ୍ତି।।ପରସ୍ପର ମୁଁହକୁ ଚାହିଁ ମୁଁହ ବୁଲାଇ ନେଉଥାନ୍ତି ଦୁଇ ସାଙ୍ଗ।।ଯେମିତି ତାଙ୍କର କେତେଦିନର ବନ୍ଧୁତା କାଲି ସରିଯାଇଛି।।ଏଣେ ଦୁଇ ପରିବାରର ଲୋକ ସେମାନଙ୍କୁ ବୁଝାଉ ଥାନ୍ତି କି ଏମିତି ଶତ୍ରୁତା ଠିକ ନୁହଁ।।ଦୁଇ ବନ୍ଧୁ ପୁର୍ବ ଭଳି ବନ୍ଧୁ ହୋଇ ରୁହନ୍ତୁ।।

               କିଛି ସମୟ ପରେ ତାଙ୍କର ଜଣେ ସାଙ୍ଗ ସୁଧୀର ଆସି ପଂହଁଚିଲା।।ଆଜି ତାଙ୍କର ଏକ ସରକାରୀ ଚାକିରୀ ପାଇନେ ଦେଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇବାର ଥିଲା।।ସେ ଆସି କହିଲା ସେମାନଙ୍କର କାହାର ବି ଚାକିରୀ ହୋଇ ନାହିଁ।।କହୁ କହୁ ଜଣେ ମେଡିକାଲ ସ୍ଷ୍ଟାଫ ମିଠା ବାଣ୍ଟୁଥାନ୍ତି ସମସ୍ତଙ୍କୁ ।।କାରଣ ଥିଲା ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ନାଥ ବାବୁଙ୍କର ପୁଅର ଚାକିରୀ ହୋଇଛି।।ତିନି ଜଣ ସାଙ୍ଗ ଏବେ ମିଠା ଖାଉ ଖାଉ ନୀରବ।।ମିଠା ତାଙ୍କୁ ଲାଗୁଥିଲା ପିତା ଖାଇବାପରି।।କାରଣ ସେମନେ ଡ଼ା. ନାଥ ବାବୁଙ୍କ ପୁଅକୁ ଯାଣନ୍ତି ।।ପାଠ ସାଠ ତାର ହୁଏ ନାହିଁ।।ତା ବାପା ତାକୁ ରାଗି ଭୁବନେଶ୍ୱରର ଏକ ବଡ କୋଚିଂରେ ଭର୍ତ୍ତି କରାଇଥିଲେ।।ଆରକ୍ଷଣରେ ତାକୁ ଚାକିରୀ ମିଳିଛି।।ରାଜେଶର ତ ଭଲ ମାର୍କ ଥିଲା ସେ ପରୀକ୍ଷାରେ।।କିନ୍ତୁ ମାନସ ର ତ ଆରକ୍ଷଣ ଥିଲା।।ହେଲେ ବି ସେ ଚାକିରୀ ଖଣ୍ଡକ ପାଇଲାନି ।।ପାଇବ ବା କେମିତି ଘରର ଆର୍ଥିକ ପରିସ୍ଥିତି ତାକୁ ପଢିବାକୁ ସାହାଯ୍ୟ ତା କରୁନି ବରଂ ସେ ନିଜେ ଘରର ବୋଝକୁ ମୁଣ୍ଡାଇଛି।।
       ଦୁଇବନ୍ଧୁ ପରସ୍ପରକୁ ଚଂହୁଥିଲେ ଆଉ ମନେ ମନେ ଭାବୁଥିଲେ ଗରିବ ଘରେ ଜନ୍ମ ନେବା ହିଁ ପାପ ।।ସମାଜରେ କେବଳ ଦୁଇ ପ୍ରକାର ଲୋକ ଅଛନ୍ତି ପଇସାଵାଲା ଆଉ ତାଙ୍କ ପରି ଶିକ୍ଷିତ ବେକାରୀ ।।।ନୀରବତା ଭଙ୍ଗ କରି ରାଜେଶ କହିଲା "ସାଙ୍ଗ କାଲି ଥାନାକୁ ଗଲା ବେଳେ ମୋତେ ଡାକିବୁ ସାଙ୍ଗ ହୋଇ ଯିବା।।"ହଉ ମୋତେ କ୍ଷମା କରିଦେବୁ"କହୁ କହୁ ମାନସ କାନ୍ଧି ପକାଇଲା ଆଉ ଦୁହେଁ ମନେ ମନେ ଭାବୁଥାନ୍ତି
କାଲିର ଭାରତ ବନ୍ଦକୁ କିଏ ସଫଳ କଲା ଆଉ ତାର ଫାଇଦା କାହାକୁ ମିଳିଲା??????

ବି.ଦ୍ର: ଏଠାରେ କୌଣସି ଜାତି କିମ୍ବା ଧର୍ମକୁ ଉପେକ୍ଷା କରିବା ଆମର ଉଦେଶ୍ୟ ନୁହଁ।।ଏହା ଏକ କାଳ୍ପନିକ ଖୁଦ୍ରଗଳ୍ପ ମାତ୍ର।।


1 comment:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();