Friday, April 13, 2018

ମୋ ପ୍ରେମିକାର ବାହାଘର (Mo Premikara Bahaghara)


     🎷ମୋ ପ୍ରେମିକାର ବାହାଘର...

    

                          ପୁରା ଘର ଫୁଲରେ ସଜା ହୋଇ ସାରିବଣି , ନାଲି ନୀଳ ସବୁଜ ହଳଦୀ କେତେ ରଙ୍ଗର ଆଲୋକରେ ଘରଟା ଝଲସୁ ଥିବ , ଟେଣ୍ଟ ହାଉସ ଵାଲା ଗତ କାଲିରୁ ଘରକୁ ସଜାଇବାରେ ବ୍ୟସ୍ତ ଥିବେ, ବାହାମଣ୍ଡପ କେତେ ସୁନ୍ଦର ସଜା ହୋଇଥିବ, ଛୋଟ ଛୋଟ ପିଲାଙ୍କ କୋଳାହଳରେ ପୁରା ଘରଟା ଉଠୁ ଥିବ ପଡୁଥିବ, ଘରର ଅସବାପତ୍ର ତୃତୀୟ ମହଲକୁ ଉଠାଇନେଇ ଘରେ ଗଦା ବେଡ଼ ସିଟ ପଡିଥିବ, ବହୁତ ଦିନ ପରେ ବନ୍ଧୁ ବାନ୍ଧବଙ୍କ ଗହଳରେ କେତେ ଖୁସିର ଜୁଆର ଖେଳୁଥିବ, କେଉଁଠି ଝିଅ ମାନେ ନାନା ପ୍ରକାର ସଜେଇ ହେଉଥିବେ ତ କେଉଁଠି ଛୋଟ ଛୁଆଙ୍କ ଚଗଲାମୀକୁ ମା ମାନେ ଆକଟ କରୁଥିବେ, ଆଉ କେଉଁ ଏକ ଘରର କୋଣରେ ବସି ସେ ହାତରେ ଲଗାଇଥିବା ମେହେଦୀକୁ ସୁଖାଉ ଥିବ ଆଉ ମେହେନ୍ଦୀ ଭିତରେ ନିଜ ଭାବି ସ୍ୱାମୀର ନାଁ ଖୋଜିବାରେ ବ୍ୟସ୍ତ ଥିବ।।ହଁ... ଆପଣ ଠିକ ଅନୁମାନ କରୁଛନ୍ତି କାହାର ଗୋଟେ ବାହାଘର ହେଉଛି।।କାହାର ମାନେ ମୋ ପ୍ରେମିକାର ବାହାଘର ଆଜି ।। ଦୀର୍ଘ ପାଞ୍ଚ ବର୍ଷ ମୋ ସହ ରାଉରକେଲାର ପ୍ରତିଟି ଗଳି, ପ୍ରତିଟି ସେକ୍ଟର ବୁଲିବା ପରେ,ହନୁମାନ ବାଟୀକାରେ କେତେ ସକାଳ କାଟିବା ପରେ,  ପେଟ ପୂଜାରୁ କେତେ ଥର ବରା ସମୋସା ଖାଇବା ପରେ , ସେକ୍ଟର ୧୫ରୁ ଗୁପଚୁପ,ସେକ୍ଟର ୧୮ରୁ ଚାଟ, ସେକ୍ଟର ୨ ରୁ ଶହେ ଥର ଦହିବରା ଖାଇବା ପରେ,ପାହାଡ ଉପର ବୈଷ୍ଣଦେବୀଙ୍କ ପାଖରେ କେତେବାର ମଥା ଟେକିବା ପରେ  ଏମିତି ଦିନେ ସେ ତାର ଜୀବନର ନିଷ୍ପତ୍ତି ମୋତେ ଶୁଣାଇ ଦେଇଥିଲା ଗୋଟେ ହଳଦୀ ରଙ୍ଗର ବାହାଘର ନିମତ୍ରଣ ପତ୍ର ଦେଇ ଯେଉଁଠି ଲେଖା ଥିଲା ପ୍ରୀତି weds ଆକାଶ ।।
                     
                     ହଁ... ଏମିତି ଏକ ସମ୍ପର୍କୀୟଙ୍କ ବାହାଘରରେ ଆମର ପ୍ରଥମ ଦେଖା ହୋଇ ଥିଲା ।। ତାକୁ ତ ଅନ୍ୟର ବାହାଘରରେ ସଜାଇ ହେବା ବଡ ସାନ ଭଉଣୀଙ୍କ ସହ ବାହାଘରରେ ମଜା ମସ୍ତି କରିବାର ବଡ ଆଗ୍ରହ ଥିଲା ।।ମାମୁଁଙ୍କ ପୁଅ ,ମାଉସି ଝିଅ, ,,ପିଉସୀ ପୁଅଙ୍କ ବାହାଘର କାହାର ବି ସେ ମିସ କରିନି ।।ଏମିତି ଏକ ବାହାଘରରେ ତାକୁ ମୁଁ ପ୍ରଥମ ଥର ପାଇଁ ଦେଖିଥିଲି ।।ଜଣେ ସମ୍ପର୍କୀୟଙ୍କ ବାହାଘରରେ ବରଯାତ୍ରୀରେ ମୁଁ ଯାଇଥିଲି ।। ଓଡ଼ିଶାର ସବୁଠୁ ଭଲ event management company "plan ur day" ବାହାଘରର ସବୁ arrangement କରିଥିଲେ।।ଝିଅ ଘର ପାଇଁ ବିହୁତ ଭଲ ସଜାଇ ଥିଲେ ସେମାନେ।।ବର ପହଁଚିବା ପରେ ଖାଇବା  ଷ୍ଟଲ ଆଡକୁ ମାଡଗଲି ପେଟ ପୂଜା କରିବାକୁ।।ଖାଇବା ତ ବହୁତ ଭଲ ଥିଲା ।। ତା ସାଙ୍ଗକୁ ଚାରିଆଡେ ବହୁତ ସୁନ୍ଦର ସୁନ୍ଦର ଝିଅ ଆସିଥାନ୍ତି।।ହଁ ଝିଅମାନଙ୍କୁ ଦେଖିବା ବୟସ ଥିଲା ମୋର, ତ ନଦେଖିବି ବା କାହିଁକି।।କିନ୍ତୁ କାହା ସହ କଥା ହେବାର ସାହସ ନଥିଲା ।।ବୁଲି ବୁଲି ମଟନ ଷ୍ଟଲ ପାଖେ ପାଞ୍ଚିଲାବେଳକୁ ଜଣେ ଝିଅ ଆଗରେ ରହି ବଢୁଥିବା ଲୋକକୁ କହୁଛି "କଣ ଭାଇ ଏତିକି ଟିକେ ଦେଉଛ, ଏତିକି ତ ମୂଷା ପେଟକୁ ଭି ହେବନି " ଏକଥା ଶୁଣି ହାସକୁ ନିୟତ୍ରଣରେ ନରଖି ପାରି ହସିଦେଲି।।ବୁଲି ଚାହିଁଲା ସେ।।ଗୋଟେ କୃଷ୍ଣଚୂଡ଼ା ରଙ୍ଗର ଲାଂଘା ପିନ୍ଧିଥିଲା ସେ ।।ସୁନ୍ଦର ଠୁଁ ବି ଅଧିକ ସୁନ୍ଦର, କୋମଳ ଠୁଁ ବି ଅଧିକ  କୋମଳ, ନିରୀହ ଠୁଁ ବି ଅଧିକ ନିରୀହ, ମନେ ହେଉଥିଲା ସ୍ୱର୍ଗର ଅପ୍ସରୀ ଟିଏ ଓଲ୍ହାଇ ଆସିଛିକି ।।ଆଁ କରି ଚାହିଁ ଥାଏ ମୁ ତା ମୁହଁକୁ ।।ଡରବି ଲାଗୁଥାଏ କିଛି କହିବକି।।ମୋ ଆଡ଼କୁ ଟିକେ ଚାହିଁ ସେ ବି ହସିଦେଲା ।। ଚଳଚ୍ଚିତ୍ରରେ ଦେଖିଛି ପ୍ରଥମ ଦେଖାରୁ ପ୍ରେମ ହୋଇଯାଏ କିନ୍ତୁ ଆଜି ପ୍ରଥମ ଥର ନିଜେ ଅନୁଭବ କରୁଥିଲି ।।ପ୍ରଥମ ଦେଖାରେ ମୋତେ ପ୍ରେମ ହୋଇ ଯାଇଥିଲା ।।"ହଁ... ଦେଖ ତ ଏତିକି କଣ ଜଣେ ଖାଇବ ।।ମୁଁ କିଛି ଭୁଲ କହିଲି କି" କହୁ କହୁ ମୋତେ ଚାହିଁ ହସିଦେଲା ।।ଖାଇବା ନେଇ ଦୁହେଁ ବସି ଗଲୁ ଗୋଟେ ଟେବୁଲରେ।।       ରକ୍ଷଣଶୀଳ ଓଡ଼ିଆ ପରିବାରରେ କେବଳ ବାହାଘରରେ ଝିଅ ପୁଅ ମିଶିବାକୁ ବୋଧେ ଏତେ ଆକଟ କରାଯାଏ ନାହିଁ।।ପୁଅ ମାନଙ୍କ ସହ କଥା ହେବା ଯେତିକି ସହଜ ଅଜଣା ଝିଅ ସେ ପୁଣି ମନର ମାନସୀ ସହ କଥା ହେବା କେତେ କଷ୍ଟ ସେ ଦିନ ମୁଁ ଅନୁଭବ କରୁଥିଲି ।।ବାହାଘରରେ ଏମିତି ଲୋକମାନଙ୍କ ମେଳରେ ବସି ନିଜ ସ୍ୱପ୍ନର ରାଣୀ ସହ କଥା ହେବାର ଅଭିଜ୍ଞତା ଓହଃ.. ଯିଏ ପାଇଛି ସେ କେବଳ ଅନୁଭବ କରିପାରିବ ।।ଲାଜରେ ହେଉ କି ଡରରେ ମୋ ଦେହରୁ ଗମ ଗମ ଝାଳ ବହାରିବାରେ ଲାଗିଥିଲା ।।ଗୋଟେ ସ୍ୱର୍ଗୀୟ ଦୀପ୍ତିମୟି ଐଶ୍ୱର୍ଯ୍ୟମୟୀ ଝିଅ ପାଖରେ ମୋ ପରି ଜଣେ ଲଜକୁଳା ପୁଅ ।। ହା ..ହା..ଯୋଡି ପୁଣି ଏମିତି ।।ସେ ଯାହା ହେଉ ମୋତେ ଲାଗୁଥିଲା ମୋ ଜୀବନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ।।ଏକ ନୂଆ ରଙ୍ଗ ମୋ ଦେହରେ କଗିଯାଇଥିଲା, ପ୍ରେମର ରଙ୍ଗ।। ମନରେ ସାହସ ବାନ୍ଧି ମୁଁ ପଚାରିଦେଲି ତାର ନାଁ ।ହାଲକା ଟିକେ ଲାଜରେ ଉତ୍ତର ଦେଲା" ପ୍ରୀତି'।।ପୁଣି ଧୀରେ ଧୀରେ କଥା ଆଗକୁ ବଢ଼ିଲା ।କେତେ ବଢ଼ିଆ ଅନୁଭବ ହୋଇଥାଏ ଯେବେ ବାହାଘରର ବର କନ୍ୟାକୁ ଦେଖି ଅବିବାହିତ ଯୁବକ ଯୁବତୀ ମାନେ ନିଜ ବାହାଘରକୁ କଳ୍ପନା କରନ୍ତି ନିଜ ପସନ୍ଦର ଲୋକ ସହ।।କଣ ମୋ ପାଖେ ବସି ସ୍ବପ୍ନର ମଞ୍ଜି ବୁଣୁଥିବା ଝିଅ ମୋ ପାଇଁ କେବେ ବଧୁ ସାଜିବ।।ସେ ବୟସରେ ଏତେ ଆଗକୁ ଭାବିବା ମୋ ପାଇଁ ତ ସମ୍ଭବ ନଥିଲା।।କିନ୍ତୁ ସେଦିନ ବାହାଘର ସରିବା ଯାଏ ଘଣ୍ଟା ଘଣ୍ଟା କଥା ହେବାର ସୁଯୋଗକୁ ଛାଡି ନଥିଲି।।ଜଣା ପଡିଲାଣି କେବେ ସମୟ ସରିଗଲା।।ଯୋଗାଯୋଗ କରିବାର ସମସ୍ତ ପ୍ରତିଶ୍ରୁତି ,ପରସ୍ପରକୁ ଦେଇ ଫେରିଆସିଲୁ ସେଦିନ।।।

     ତା ପର ଠାରୁ ଅନେକ ଥର ଆମର ଦେଖାସାକ୍ଷାତ ।।ମିଳାମିଶା ।।ଏକ ଅଜଣା ଭବିଷ୍ୟତର କ୍ୟାନଭାସରେ କି ଛବି ଅଙ୍କା ହେବ ଜାଣି ନଥିଲୁ କିନ୍ତୁ ଦୁହେଁ ପ୍ରେମର ତୁଳୀରେ ସ୍ବପ୍ନକୁ ରଙ୍ଗ ଦେବାରେ ଲାଗିପଡିଥିଲୁ ।।ମୁଁ ତ ତାକୁ ଭଲ ପାଉଥିଲି।।କିନ୍ତୁ ସେ ମୋତେ ଭଲପାଏ କି ନା ତା ମୁହଁରୁ ମୁଁ ଶୁଣି ନଥିଲି।।ଶୁଣିବାକୁ ମଧ୍ୟ ଆବଶ୍ୟକ ମନେ କରିନଥିଲି।।ମୁହଁ ଖୋଲି କହିବା କଣ ନିହାତି ଦରକାର ।।କିଛି କଥା ବିନା ଶବ୍ଦରେ ବି ପ୍ରକାଶ କରିହୁଏ ନିଜ ବ୍ୟବହାରରେ।।ସବୁ ପ୍ରେମ କାହାଣୀ ପରି ଆମ ଜୀବନରେ ମଧ୍ୟ ଉଜାଣିଆ କଳା ବାଦଲ ମାଡି ଆସିଲା।।ଦିନେ ସଂଧ୍ୟାରେ ହଟାଥ ମୋତେ ସେ କହିଲା "ଘରେ ମୋ ପାଇଁ ବିବାହ ପ୍ରସ୍ତାବ ଆସିଛି।। ପୁଅ ଜଣେ ବଡ ଡାକ୍ତର ଅଛି।।ମୋତେ ବହୁତ ଡର ଲାଗୁଛି, ତୁମେ କିଛି କର,।।ତୁମ ଛଡା ଆଉ କାହାକୁ ମୁଁ ବିବାହ କରିପରବି ନାହିଁ।"ମୋତେ ତ ତା କଥା ବିଶ୍ୱାସ ହିଁ ହେଲାନି " ତୁମକୁ କିଏ ବାହା ହେବ।।ପାଗଳୀକୁ ପୁଣି ଡାକ୍ତର..ହା ହା...ତୁମକୁ ମୋ ଛଡ଼ା ଆଉ କେହି ସମ୍ଭାଳି ପାରିବେନି।।"କିନ୍ତୁ ସେ ବହୁତ ଗମ୍ଭୀର ଥିଲା "ତୁମକୁ ତ ମୋ କଥା ସବୁବେଳେ ମଜାକ ହିଁ ଲାଗେ ନା।।am serious।।ବାପା ସତରେ ମୋର ବାହାଘର ଠିକ କରିଦେଇଛନ୍ତି ।।।ତୁମେ କିଛି କର please"।।ତା କଥା ଶୁଣି ଉଡୁଥିବା ମୋ ମନ ପକ୍ଷୀଟା ଡେଣା କାଟି ତଳେ ପଡ଼ିଗଲା ପରି ଲାଗିଲା।।ମୋ ସ୍ୱପ୍ନର ବାଲି ଘରଟା ଭୁଶୁଡି ପଡ଼ୁଥିଲା ମୁଁ ଚାହିଁଲେ ବି ତାକୁ ବଞ୍ଚାଇ ପାରୁନାହିଁ।।ମୋ ବ୍ୟସ୍ତ ହେବ ଦେଖି ସେ ମୋତେ ସାନ୍ତ୍ୱନା ଦେବାକୁ କହିଲା" ତୁମେ ଧର୍ଯ୍ୟ ଧର ।।ମୋ ଶେଷ ସମୟ ପର୍ଯ୍ୟନ୍ତ ଚେଷ୍ଟା କରିବି।।ତୁମେ ବି ତୁମ ଘରେ କହି ଆମ ଘରକୁ ପ୍ରସ୍ତାବ ଆଣ।।"କହି ଚାଲିଗଲା ସେ।।

         ଘରେ ଯାଇ କେମିତି କହିବି ମା କୁ ବାପାଙ୍କୁ ଯେ ମୁଁ ଗୋଟେ ଝିଅକୁ ଭଲ ପାଉଛି ଆଉ ବାହା ହେବାକୁ ଛାଂହୁଛି।।ସେ ସାହସ ମୋର ନଥିଲା।।ବାପା ବି ବହୁତ ରକ୍ଷଣଶୀଳ ।।କେମିତି କହିବି ଭାବୁ ଭାବୁ ଦିନେ ସାହସ କରି ମାକୁ କହିଲି ବାପାଙ୍କୁ କହିବାକୁ।।ବାପା ଏକଥା ଶୁଣି ରାଗରେ ରକ୍ତ ଚାଉଳ ଚୋବେଇଲେ।। କଣ ନାହିଁ କଣ କହିଲେ।।ମା ତାଙ୍କୁ ବୁଝିବାରେ ଲାଗିପଡ଼ିଲା।।ମୋତେ ଲାଗୁଥିଲା ମୋ ଆଖି ସମ୍ନାରୁ ସେ ଝିଅ ଫେରି ଯାଉଛି ଯେ ନିଜ ଠୁଁ ଅଧିକ ମୋତେ ଭଲ ପାଉଥିଲା, ଯେ ନିଜଠୁ ଅଧିକ ଭରଷା ମୋତେ କରିଥିଲା, ଯେ ମୁଁ ନ କହିବା ଆଗରୁ ମୋ ମନ କଥା ବୁଝି ପାରୁଥିଲା, ଯେ ଯାଉଛି କହି ଫେରିଗଲା ବେଳେ ଦୁଇପାଦ ଆଗକୁ ଯାଇ ପୁଣି ଫେରି ଚଂହୁଥିବା ଥିଲା।।ସ୍ବପ୍ନ ମୋର ଭାଙ୍ଗି ଭାଙ୍ଗି ଯାଉଥିଲା।।

          ୟା ଭିତରେ କିଛି ମାସ ବିତି ଗଲାଣି।।ଭଗବାନଙ୍କ ନିକଟକୁ ଆସିଛି ମୁଁ ମୁଣ୍ଡିଆ ମାରିବାକୁ।।ଜୀବନରେ ଏକ ବଡ ଦାଇତ୍ୱ ନେବାକୁ ଯାଉଛି ମୁଁ।।ମୋତେ ଶକ୍ତି ଦିଅ ଭଗବାନ।।ହେ ବାପା ଡାକିଲେଣି "ଆକାଶ... ଆକାଶ..କଉଠି ରହିଲୁ।।ତୋର ସବୁ କାମରେ ବିଳମ୍ବ ।।ବାହାରେ ବାଜା ଵାଲା ready ହେଲେଣି procession ପାଇଁ।।ସବୁ ତୋତେ ଅପେକ୍ଷା କରିଛନ୍ତି।।" "ହଁ ବାପା ମୁଁ ଆସୁଛି"।।।ହଉ ମୁଁ ତାହାଲେ ଯାଉଛି ମୋ ପ୍ରେମିକାର ବାହାଘରକୁ ।। ମୁଁ ନଗଲେ କେମିତି ବାହାଘର ହେବ ତାର ।। ଆପଣ ବି ଆସନ୍ତୁ ଆମ ବାହାଘରକୁ।।preeti weds Akash।।।bye bye।।।।

Follow the blog to get new updated lovely stories.click on the link below to activate...
https://www.blogger.com/follow.g?view=FOLLOW&blogID=6147169422151714107
        

1 comment:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();