Monday, April 9, 2018

ଦ୍ୱିତୀୟ ପ୍ରେମ (2nd Love)


                💘ଦ୍ୱିତୀୟ ପ୍ରେମ....



                            ଇଣ୍ଟରସିଟି ଏକ୍ସପ୍ରେସ ଠିକ ସମୟରେ ଯାଇ ଭୁବନେଶ୍ୱର ରେଳବାଇ ଷ୍ଟେସନରେ ପହଁଛି ଗଲା ।।ଟ୍ରେନରୁ ଦୁଇଟା ବଡ ବ୍ୟାଗ ଧରି ଓଲ୍ହାଇ ପଡିଲା ଅମିତ ।।ସମୟ ଖାରବେଳଟା।କିନ୍ତୁ ବର୍ଷା ହୋଇଥିବାରୁ ପାଗ ଟିକେ ଥଣ୍ଡା ଥିଲା।କିନ୍ତୁ ବ୍ୟାଗ ଗୁଡାର ଓଜନ ଅମିତଠୁଁ ବେଶ ଅଧିକ ଜଣା ପଡୁଥିଲା ।।ଗୋଟେ ବ୍ୟାଗରେ ବହିପତ୍ର ଭର୍ତ୍ତି ଥିଲା ।।ଅନ୍ୟଟିରେ ରହିବା ପାଇଁ ଘରୁ ଆଣିଥିବା ଜିନିଷ ପତ୍ର ମନେ ଡ୍ରେସ ୟୁନିଫର୍ମ ମା ଦେଇଥିବା ଟିଫିନ ଭରା ଆରିଶା ପିଠା ଇତ୍ୟାଦ ଇତ୍ୟାଦିି ।।ହମ୍ମ ଭାରି ଥିଲା ବ୍ୟାଗ ଦୁଇଟି କିନ୍ତୁ ହୃଦୟରେ ପ୍ରଥମ ପ୍ରେମର ସ୍ମୃତିର ମୁଣିଟାକୁ ଉଠାଇବାକୁ ତାର ସାହସ ନଥିଲା ।।ସେ ଭାବୁଥିଲା ଦୂରକୁ ଗଲାପରେ ତାର ସ୍ମୃତିର ମୁଣିଟିି ସେ ରାଉରକେଲା ଷ୍ଟେସନରେ ହିଁ ରହିଯିବ ।।କିନ୍ତୁ ତା ଇଛା ବିରୁଦ୍ଧରେ ସ୍ମୃତିଗୁଡା ଅବାଞ୍ଛିତ ଅତିଥି ଭଳି ତା ସହ ଭୁବନେଶ୍ୱର ରେଳବାଇ ଷ୍ଟେସନରେ ପହଂଛି ସାରିଥିଲା।।ଏସବୁ ଭାରକୁ ଉଠାଇ ବାହାରକୁ ଆସିଗଲା ।। ଗୋଟେ ଓଟରିକ୍ସା କରି ପହଁଚିଗଲା ତାର ନୂଆ କଲେଜରେ ।।ବାପା ମାଆଙ୍କର ଗୋଟେ ବୋଲି ପୁଅ ଥିଲା ସେ ତ ସରକାରୀ ଇଂଜିନିୟରିଂ କଲେଜରେ ଆଡମିଶନ କଲେ କାଳେ ରାଙ୍ଗିଙ୍ଗ ହେବ ବୋଲି ଏକ ବଡ ଭଲ ବେସରକାରୀ କଲେଜରେ ନାଁ ଲେଖାଇଥିଲେ ।।ହମ୍ମ ହଷ୍ଟେଲରେ ରୁମରେ ପହଁଚିବା ପରେ ଗୋଡ ହାତ ନଧୋଇ ବସିପଡ଼ିଲା ତାର ଅତୀତର ସ୍ମୃତିର ମୁଣିକୁ ଖୋଲି ।।କେତେ ମିଠା କେତେ ଖଟା କେତେ ରାଗ ରୁଷା ଥିଲା ସେ ପୁଣିରେ କିନ୍ତୁ ହଠାତ ଦିନେ ସେ ମୁଣୀରେ ମୁହଁ ବନ୍ଦ କରି ଅର୍ଚ୍ଚନା ଚାଲିଯିବ ବୋଲି ସେ କେବେ ସ୍ୱପ୍ନରେ ଭାବି ନଥିଲା ।।ସବୁ ମନେ ପଡୁଥିଲା ତାର କେମିତି ସେମାନଙ୍କର ପ୍ରଥମ ଦେଖା ହୋଇଥିଲା କଲେଜ ଲାଇବ୍ରେରୀରେ ।।ଆଉ ସେ ଗୋଟିଏ ବହି ପାଇଁ ଝଗଡା ଆଉ କେଉଁ ଚଳଚିତ୍ର ଭଳି ଝଗଡାରୁ ବନ୍ଧୁତା ।ତାକୁ କେତେ ବେଳେ ପ୍ରେମ ହୋଇ ଯାଇଥିଲା ଜାଣି ପାରିନଥିଲା ସେ।।ଛୋଟ ଝିଅଙ୍କ ପରି ଆଖିରେ କାଜଲ ,ମୁଣ୍ଡରେ ଘଞ୍ଚ କଳା ବାଳରେ ପ୍ରଜାପତିର ଦୁଇଟି କ୍ଲିପ, ଆଉ ନଖରେ ପିଙ୍କ ନେଲପୋଲିଶ ଆଜି ସବୁ କାହିଁକି ଅଜାଣତରେ ତା ମନକୁ ପଶି ଆସି ହୃଦୟକୁ କମଜୋର କରିଦେଉଥିଲା ।। ବୋଧେ ତାର ପ୍ରଥମ ପ୍ରେମକୁ ସେ ଭୁଲିପାରୁନଥିଲା ।।ସବୁଠୁ ତାକୁ ବାଢୁଥିଲା ଦୁଇ ବର୍ଷର ଭଲ ପାଇବାକୁ ଆଡେଇ ଦେଇ ତୁମ ସହ କିଛି ସମ୍ପର୍କ ନାହିଁ ତୁମକୁ ମୁଁ ଗୋଟେ ଭଲ ସାଙ୍ଗ ବୋଲି ଭାବେ କହି ଆଦିତ୍ୟର ହାତ ଧରି ଅର୍ଚ୍ଚନା ଦୂରକୁ ଚାଲିଯିବାର ଦୃଶ୍ୟ।। ଆଖିରୁ ଝରିପଡିଥିବା ଦୁଇ ଟୋପା ଲୁହକୁ ପାଦରେ ଦଳି ସେ ତ ବିରଦର୍ପରେ ଫେରିଆସିଥିଲା ।କିନ୍ତୁ ଅର୍ଚ୍ଚନା ସହ ଥିବା ସ୍ମୃତିକୁ ଛାଡ଼ି ପରି ନଥିଲା। ବରଂ ତାର ଅବର୍ତମାନରେ ବେସି ବେସି ସ୍ପଷ୍ଟ ମନେ ପଡୁଥିଲା ।ସେଦିନ ଆଉ ସେ ଖାଇବାକୁ ଗଲାନାହିଁ ।।ଦୁଇ ଆଖିରୁ ତାର ବୋହୁଥିବା ଲୁହକୁ ତକିଆରେ ଲୁଚାଉ ଲୁଚାଉ କେତେବେଳେ ସେ ସୋଇଯାଇଥିଲା ତାକୁ ଜଣା ନଥିଲା ।।।

                         ସକାଳୁ ଉଠି ଗାଧୋଇ ପାଧୋଇ କଲେଜ ଗଲାବେଳେ ସେ ମନେ ମନେ ନିଷ୍ପତ୍ତି ନେଲା ଏଥର ଖାଲି ସେ ପାଠ ପଢିବ।।ଭଲ ଇଂଜିନିୟର ହେବାର ସ୍ୱପ୍ନକୁ ପୁରା କରିବ ।।ନା ସେ କେଉଁ ପୁଅ ସହ ବନ୍ଧୁତା କରିବ ନା କେଉଁ ଝିଅ ସହ ।।ଏମିତି ଭାବୁ ଭାବୁ କ୍ଲାସ ରୁମରେ ଗୋଟେ କଣରେ ଏକା ଚୁପ ଚାପ ହୋଇ ବସିଲା ।।କାହାସହ କଥା ହେବା ତ ଦୂରର କଥା କାହା ଆଡକୁ ମଧ୍ୟ ସେ ଚଂହୁ ନଥିଲା ।।ବନ୍ଧୁତା, ପ୍ରେମ ଏସବୁକୁ ସେ ଘୃଣା କରିବାରେ ଲାଗିଥିଲା ।।କିନ୍ତୁ କଣ ହେବ ହଟାତ ଜଣେ ଚୁଲବୁଲି ହସ ମିଞ୍ଜସର ଝିଅ ସେ ବସିଥିବା ବେଞ୍ଚରେ ଆସି ବସି ପଡ଼ିଲା।"ହେ...hii.. am anuradha ..U can call me Anu"ଝିଅଟି ଅତି ଉତ୍ସାହରେ କହିଲା।।କିନ୍ତୁ ଅମିତ ତ ଆଗରୁ ନିଷ୍ପତ୍ତି ନେଇଛି କାହା ସହ ବନ୍ଧୁତା ନୁହଁ କେଉଁ ଝିଅ ସହ ତ ବିଲକୁଲ ବି ନୁହଁ ।ଏମିତି ବି ତା ହୃଦୟରେ କେଉଁଠି ଜାଗା ବା ଅଛି ।ହୃଦୟ ସାରା ତ ସେ ଭାରି ରଖିଥିଲା ଅର୍ଚ୍ଚନାର ସ୍ମୃତିକୁ।।ଆଜି ପ୍ରଥମ ଦିନର ପ୍ରଥମ କ୍ଲାସ ଥିଲା ତ ପ୍ରଫେସର ସମସ୍ତଙ୍କର intro ନେଲେ ।।"am Amit from rourkela"କହି ଥମ କିଣା ବସିଗଲା ଅମିତ ।।ଯେମିତି ନିଜ ପରିଚୟ ବି କାହାସହ କରିବାକୁ ଚଂହୁ ନଥିଲା ।।ଏହା ଶୁଣି ପାଖରେ ବସିଥିବା ଅନୁ ଧୀରେ ସେ କହିଲା।"ତାହେଲେ ତୁମେ ଗୁଙ୍ଗା ନୁହଁ ।।ମୁ ତ ଭାବିଥିଲି .ହା ହା "।।ଅନୁର କଥା ଶୁଣି ଆଖି ଲାଲ କରି ଅମିତ ତାକୁ ଚାହିଁଲା ।।କିନ୍ତୁ ମନେ ମନେ ତାକୁ ଅନୁର କହିବାର ଷ୍ଟାଇଲ ଭଲ ଲାଗିଥିଲା।।ଏମିତି ତ ଅର୍ଚ୍ଚନା ତାକୁ କହୁଥିଲା।।ତାକୁ ମନେପକାଇ ନୋଟବୁକରେ କେତେ ରକମ ଷ୍ଟାଇଲରେ ତା ନାଁ ଲେଖିବାକୁ ଲାଗିଲା।ଛୋଟ ବଡ , ହାର୍ଟ ଭିତରେ ,ଅମିତ +ଅର୍ଚ୍ଚନା ଏମିତି କେତେ କଣ ।।ମଝିରେ ମଝିରେ ଅନୁ ତା ଆଡ଼କୁ ଚାହିଁ ତା ବିବ୍ରତ ଶୋକ ଭରା ମୁଂହକୁ ଦେଖି ଦୁଃଖିଆତ୍ମା ବୋଲି ଚିଡାଇବା ଆରମ୍ଭ କରିଦେଇଥିଲା।। ସେ ମନେ ମନେ ଭାବିଲା ଆଜି ସେ ଯାହା କହୁଛି କହୁ କାଲି ଠାରୁ ସେ ଅଲଗା ଜାଗାରେ ବସିବ ।।

                     କିନ୍ତୁ ଅନୁରାଧା ଛାଡିବା ଝିଅ ନଥିଲା ।।ସେଇ ଦୁଃଖିଆତ୍ମ ଭିତରେ କଣ ପାଉଥିଲା କେଜାଣି ସେ ଆସି ସବୁଦିନ ଅମିତ ପାଖରେ ବସି ତାକୁ କେତେ ଚିଡ଼ାଏ ତ କେତେବେଳେ ଭଲରେ କଥା ହେବାକୁ ଚେଷ୍ଟା କରେ।।କିନ୍ତୁ ଅମିତ ତ ନିଜ ନିଷ୍ପତ୍ତିରେ ଅଟଳ ।।ଏମିତି କିଛିଦିନ ଗଲାପରେ ଇଣ୍ଟରନାଲ ପରୀକ୍ଷା ଫଳ ବାହାରିଲା ।।ଅମିତ ତ ସେଥିରେ ବହୁତ ଭଲ ମାର୍କ ରଖିଥିଲା ।।ନିଜେ ମ୍ୟାଥରେ fail ହୋଇଛି ଆଉ ତାକୁ ଅମିତର ସାହାଯ୍ୟ ଦରକାର ବୋଲି ସିଧା ଅମିତିକୁ ଅନୁରାଧା ସୁନାଇଦେଲା ।।"ତୁମେ ମୋ ସହ କଥା ନହୁଅ କିନ୍ତୁ ସବୁଦିନ କ୍ଲାସ ସରିବା ପରେ ମୋତେ ଟିକେ ମ୍ୟାଥ ବୁଝାଇଦେବ..        ଖଡୁସ...please" ।। ଏମିତିରେ ଅମିତର ମନ ଆଉ ପୁର୍ବଭଳି କଠୋର ନଥିଲା ।।ମା ବି କହୁଥିଲେ କାହାକୁ ସାହାଯ୍ୟ କରିବା ଭଲ କିନ୍ତୁ ପୁଣି ଯଦି ଏ ଝିଅକୁ ପଢ଼ାଉ ପଢ଼ାଉ .....।।ନା କିଛି ହେବନି ।।ପଢ଼ାଇବାକୁ ସେ ରାଜି ହୋଇଗଲା ।। ପଢ଼ାଇବାବେଳେ ଅନୁର ମଜା ମଜା କଥାରେ ଅମିତର ପ୍ରେମ ପାଇଁ ଥିବା ପ୍ରାଚୀର ଧୀରେ ଧୀରେ ଭୁଶୁଡ଼ି ବାରେ ଲାଗିଲା।।ତାକୁ ଲାଗୁଥିଲା ସେ ଆଉ ଥରେ କାହା ପ୍ରେମରେ ପଡ଼ିଯାଇଛି ।।ହଁ... ପ୍ରଥମ ପ୍ରେମକୁ ସେ ଏଯାଏ ଭୁଲି ନଥିଲା ପୁଣି ଦ୍ୱିତୀୟ ପ୍ରେମ ।।।ଏଇଟା କଣ ସମ୍ଭବ ।। ତାହେଲେ କଣ ତାର ପ୍ରଥମ ପ୍ରେମ ମିଛ ଥିଲା ।।ନା ଏଇ ନୂଆ ପ୍ରେମ ମିଛ।।ନା ସେ ଜାଣିପାରୁନଥିଲା ପ୍ରେମ କାହାକୁ କୁହନ୍ତି ।।

    ସେ ଯାହା ହେଉ ସେ ଦିନେ ନିଷ୍ପତ୍ତି ନେଲା ଅନୁରାଧାକୁ ସବୁ ସତ କହିଦେବାକୁ ।।ତା ପରଦିନ ଅନୁକୁ ପଢ଼ାଇବା ସମୟରେ ସେ ତା ଅତୀତର ଭଲପାଇବା ବିଷୟରେ ଏକା ନିଶ୍ୱାସରେ କହିଦେଲା ।।କିନ୍ତୁ ଅନୁର କଥା ଶୁଣି ସେ ଚମକି ପଡିଲା "ହଁ.. ମୁଁ ଯାଣେ ତୁମେ ଯାହାକୁ ଭଲପାଉଥିଲ ସେ ଅର୍ଚ୍ଚନା, ସେ କଥା ମୁଁ କେବେରୁ ଜାଣିଛି ।।ଆଜି ଯାଏ ତୁମେ ତାର ନାଁ କୁ ନିଜ ନାଁ ସହ ଯୋଡି ଖାତାରେ ଲେଖୁଛ।।ଏତେ ଦିନ ପରେ ବି ତୁମେ ତାକୁ ମନେ ରଖିଛ।।ଭୁଲିନ.. ସେ କଥା ମୋତେ ବହୁତ ଭଲ ଲାଗିଥିଲା।।ସେ ପାଇଁ ତୁମ ସହ ମୁଁ ମିଶିବାକୁ ଭଲ ପାଉଥିଲି।।ତୁମେ ଯାହାକୁ ଭଲ ପାଇବ ତାକୁ କେବେ ଛାଡି ଯିବନି ବୋଲି ମୁଁ ଭାବେ ।।ସେ ପାଇଁ ମୋତେ ତୁମେ ବହୁତ ଭଲ ଲାଗ ।।'କହି ଚାଲିଗଲା ଅନୁରାଧା ।।କିଛି ସମୟ ଏକା ଠିଆ ହୋଇ ରହିଲା ଅମିତ ।। ସେ କିଂକର୍ତ୍ତବ୍ୟ ବିମୁଢ ଥିଲା।।ଯେଉଁ ଝିଅ ତାର ପୁରୁଣା ଭଲ ପାଇବାକୁ ଦେଖି ତାକୁ ଏତେ ପସନ୍ଦ କରେ ଯଦି ସେ ଝିଅକୁ ସେ ଭଲ ପାଉଛି ପୁରୁଣା ପ୍ରେମକୁ ଭୁଲି ବୋଲି କହିଦିଏ ସେ ତ କେବେ ରାଜି ହେବନି ।।କଣ ଭାବିବ ଅନୁରାଧା।।ଏ ଚିନ୍ତାରେ ତାର ରାତି କଟିଗଲା ।।ସେ ନିଷ୍ପତ୍ତି ନେଲା ସେ କେବେ ବି ଅନୁରାଧା ପ୍ରତି ଥିବା ଭଲପାଇବା କଥା କାହାକୁ କହିବନି ।।ଏମିତି ଚୁପ ଚାପ ସେ କ୍ଲାସରେ ବସିଛି ଅନୁରାଧା ଆସି ତାର ନୋଟ ଫେରାଇଲା ।।କହିଲା ଏମିତି କଣ ଆଜି ପୁରା ଗୁମସୁମ କିଛି ହୋଇଛି ନା ଅର୍ଚ୍ଚନା କଥା ବେସି ମନେ ପଡୁଛି କହି ପାଖରେ ବସିପଡ଼ିଲା।।ଅମିତ ନୋଟ ଖୋଲୁ ଖୋଲୁ ଗୋଟେ କାଗଜରେ କିଛି ଲେଖାଥିବା ଦେଖିଲା ।।ସେଥିରେ ଥିଲା ଅନୁରାଧାର ହାତଲେଖା ଛୋଟ ଚିଠିଟେ ।।ଲେଖାଥିଲା "Hii ଅମିତ ...ମୁଁ ଜାଣିଛି ମୁଁ କେବେ ତୁମ ପ୍ରଥମ ପ୍ରେମ ଅର୍ଚ୍ଚନାର ଜାଗା ନେଇ ପାରିବିନି କିନ୍ତୁ ତୁମେ ଚାହିଁଲେ ମୋତେ ତୁମ ହୃଦୟର କେଉଁ ଏକ ଛୋଟ କୋଣରେ ବି ରଖି ପାରିବ।।ହମ୍ମ ମୁଁ ଦେଖିବାକୁ ବୋଧେ ତା ପରି ହୋଇପାରିବିନି କିନ୍ତୁ ତୁମକୁ କେବେ ଛାଡି ଯିବିନି,ସାରା ଜୀବନ ତୁମ ସହ ରହିବି ।।ତୁମ ସୁଖରେ ତୁମ ଦୁଃଖରେ।।ମୋତେ ଥରେ ସୁଯୋଗ ଦିଅ।। I love u..Love u so much"ଚିଠିଟି ପଢ଼ିସାରି ଅମିତକୁ କୋଟିଐଶ୍ୱର୍ଯ୍ୟ ମିଳିଗଲା ପରିଲାଗିଲା।।ଅନୁରାଧା ଆଡକୁ ଚାହିଁ ଧୀରେ ତା କାନ ପାଖେ କହିଲା I too love u..."ଅନୁରାଧା ଲାଜରେ ମୁଁହ ତଳକୁ କରିଦେଲା।।ଅମିତ ବି।।ଦୁହେଁ ପରସ୍ପରକୁ ଟିକେ ଚାହିଁ ଲାଜରେ ହସୁଥାନ୍ତି ।।ଆଉ ଅମିତ ମନେ ମନେ ଭାବୁଥାଏ ତାକୁ ସତରେ କଣ ଦ୍ୱିତୀୟ ପ୍ରେମ ହୋଇ ଯାଇଛି।।।???
              
One of the Odisha's best event management company..Contact for any party like marriage, thread ceremony & bday party etc.                       📞 70083 77207.


2 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();