Monday, April 2, 2018

ଦେବସ୍ମିତା (Debasmita) Part-2



                 💘ଦେବସ୍ମିତା...

👉ଦ୍ୱିତୀୟ ଭାଗ 


ଏଠାରେ "ଦେବସ୍ମିତା' ର ଦ୍ୱିତୀୟ ଭାଗ ଲେଖା ଅଛି।।ଏହାକୁ ପଢିବା ଆଗରୁ ପ୍ରଥମ ଭାଗଟିକୁ ପଢିବାକୁ ଅନୁରୋଧ।।ତଳେ ଦିଆ ଯାଇଥିବା link ରେ click କରି ପଢିପାରିବେ।।https://asitodia.blogspot.in/2018/03/debasmita-part-1.html
👆👆👆👆👆👆👆👆👆👆👆👆👆👆👆👆👆
           
                 ଆରେ ସେ ତ ସେହି ଝିଅ ଯିଏ କିଛି ସମୟ ଦେଖାରେ ମୋ ମୋ ଠାରୁ ଚୋରି କରିନେଇଛି ।।ଏସବୁ କେଉଁ ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଲାଗୁଥାଏ।।କିଛି ସମୟ ଚାହିଁ ରହିଲି ତା ମୁହଁକୁ।।ସେ ମଧ୍ୟ ଚାହିଁ ଥାଏ।।ହମ୍ମ...।।ମୋ ବ୍ୟାଗଟାକୁ ଉପର ସିଟରେ ଥୋଇ ଦେଲି ,ଆଉ ବସିପଡ଼ିଲି।।ସେ ସୁନ୍ଦରୀ ଯାଇ ଝରକା କଡରେ ବସିପଡିଲା।।ବୟସ୍କ ବ୍ୟକ୍ତି ଜଣକ ତାର ବାପା ଯାହା ତାଙ୍କ ଆଳାପ ଆଲୋଚନାରୁ ପ୍ରତୀୟମାନ ହେଲା।।ସେ ଆମ ଦୁଇଜଣଙ୍କ ମଝିରେ ବସିଲେ।।ଆଗରେ ଜଣେ ମଧ୍ୟବୟସ୍କ ଲୋକ ବସିଥିଲେ।।କିଛି ସମୟ ସେମାନଙ୍କ ମଧ୍ୟରେ ପାଣିପାଗକୁ ନେଇ ଆଲୋଚନା ଚାଲିଥାଏ।।କିନ୍ତୁ ମୋ ମନ ତା ପାଖରେ ।। କେମିତି ଟିକେ ସୁଯୋଗ ମିଳିବ ତା ସହ କଥା ହେବାକୁ।।କଣେଇ କଣେଇ ଚାହିଁ ଥାଏ ମୁଁ।।ସେ ବି ବେଳେ ବେଳେ ମୋ ଅଡାକୁ ଚାହିଁ ଦେଇ ଝରକା ବାହାରକୁ ଚାହିଁ ଦେଉଥାଏ।।ଟ୍ରେନଟି କିଛି ସମୟ ଚାଲିବା ପରେ ଟିକେ ପବନ ଆସିଲା।।ମୋର ତ ଏମିତି ଦେହ ମନ ସତେଜ ଥାଏ ତାକୁ ଦେଖିବା ପରଠୁ।।ହଟାଥ ତାର ବାପା କହିଲେ "ପୁଅ ତୁମେ ଶୋଇବ କି??ନହେଲେ ମୁଁ ଟିକେ ଉପରେ ଗଡ଼ି ଯାଇଥାନ୍ତି।।"ନା... ଆପଣ ରେଷ୍ଟ ନିଅନ୍ତୁ।।ମୁଁ ଏଠି ବସିଛି" ମୁଁ କହିଲି।।ହା ..ହା..ମୋ ନିଦ ତ ତାଙ୍କ ଝିଅ ହଜାଇ ନେଇଛି।।ସେ ଉପର ସିଟକୁ ଚାଲିଗଲେ ଶୋଇବାକୁ।ଆଉ ଆମ ଆଗ ସିଟରେ ବସିଥିବା ଲୋକ ଜଣକ ବି ଶୋଇ ପଡିଲେ।।ମୁଁ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଲି।।ହେଲେ ତା ସହ କଥା ହେବି କେମିତି।।ଆଗରୁ କାହା ସହ ମୁଁ ଏମିତି କଥା ହୋଇନି।।ଏମିତିରେ ଝିଅଙ୍କ ସହ ମୁଁ ଟିକେ କମ କଥାବାର୍ତ୍ତା କରେ।।କିନ୍ତୁ ଜାଣିନି ତା ପ୍ରତି ମୋର ଦୁର୍ବଳତା କେମିତି ଆସିଲା।।ମନ ତ କରୁଥାଏ ହୃଦୟ ତଳର ଉଙ୍କିଥିବା ଉଷ୍ମ ଭାବନାକୁ ଖୋଲି କହିଦିଅନ୍ତି।।କିନ୍ତୁ ମନରେ ସାହସ ସଂଚାରି ପାରୁ ନଥାଏ।।

            ଏମିତି ଭାବୁ ଭାବୁ ସମୟ ଗଡି ଚାଲିଥାଏ।।ଆଉ ସେ ଝରକାରେ ମୁଁଣ୍ଡ ଦେଇ ଶୋଇ ପଡିଥାଏ।।କେତେ ନିରୀହ ସେ।।ସତେ ଯେମିତି ଛୋଟ ଛୁଆଟେ ।।କିଛି ସମୟ ଏମିତି ଗଲା ପରେ ଝଡ଼ ବର୍ଷା ଆସିଲା।।ବହୁ ଜୋର ପବନ ହେବାକୁ ଲାଗିଲା।।ସେ ସେମିତି ଶୋଇଥାଏ।।ରାସ୍ତା କଡରେ ଥିବା ବାଉଁଶ ଗଛର ଡାଳମାନ ବୋଗ୍ଗୀରେ ପିଟି ହେଉଥାନ୍ତି।।ମୋତେ ଡର ଲାଗୁଥାଏ କାଳେ ତା ମୁହଁରେ ବାଜିବ।।ଏଥର ନିଜକୁ ମୁଁ ପ୍ରସ୍ତୁତ କଲି ତାକୁ ଡାକିବାକୁ ।। "ହେୟ...you"ମୋ ସ୍ୱରରେ ଏତେ ଦମ୍ଭ ନଥିଲା।ତାକୁ ଶୁଣା ଗଲାନି ବୋଧ ହୁଏ।।ସାହସ ନଥିଲା ତାକୁ ଡାକିବାକୁ।।ଛାତି ଥରୁ ଥାଏ।।କିନ୍ତୁ ଜଦି ସତରେ ତା ମୁଁହରେ ଲାଗିଯାଏ।।।ପୁଣି ଆଉ ଥରେ ଚେଷ୍ଟା କଲି " hey...you... hello" ସେ ଡାକ ଶୁଣି ଉଠି ଚାହିଁଲା ମୋ ଆଡେ ଏକ ବିସ୍ମତ ଦୃଷ୍ଟିରେ।।।"ପବନ ବୋହୁଛି ଝରକା ଛାଡି ବସ ନହେଲେ... କେତେବେଳେ ଡାଳ ନେହେଲେ ବାଉଁଶ ଆସି ଲାଗିବ "।।ସେ ମୁଁଣ୍ଡ ହଲାଇ "ହମ୍ମମ..."."ତୁମେ ଏଠି ଶୋଇପଡ ମୁଁ ଅଲଗା ଗୋଟେ ସିଟରେ ବସୁଛି"ମୁଁ କହିଲି।।।ସେ କହିଲା"ନା ..ମୁଁ ଆଉ ଶୋଇବିନି" କହି ବସିରହିଲା।।ମୁଁ ଅତି ଧୀରେ ପଚାରିଲି " ତୁମ interview କେମିତି ଗଲା" ।।"ହମ୍ମ...କିଛି ଖାସ ଯାଇନି କିନ୍ତୁ ତୁମର interview ଭଲ ଯାଇଛି।।ତୁମ ବିଷୟରେ ସେମାନେ ଭଲ କହୁଥିଲେ।।ତୁମର ଜଣକ ପରେ ମୋର ପାଳିଥିଲା"ସେ ତର ତର ହୋଇ କହିଲା ।।ତାପରେ ଆରଂଭ ହେଲା କଥା ବାର୍ତ୍ତା।।ମୁଁ କଣ କରେ କଉଠି ରୁହେ କଣ ପଢ଼ିଛି ଆଦି ଇତ୍ୟାଦି ସେ ପଚାରି ଚାଲିଥାଏ ସତେ ଯେମିତି କେଉଁ ଜନ୍ମରୁ ସେ ମୋତେ ଚିହିଁଛି।।ତାର ମିଠା ମିଠା କଥାରେ ମୁଁ ହଜି ଯାଇଥାଏ।।ଆଉ ତାକୁ ଚାହିଁ ରହି ତାର ଗୋଟି ଗୋଟି ପ୍ରଶ୍ନର ଉତ୍ତର ଦେଇ ଚାଲିଥାଏ।।ପଚାରୁ ପଚାରୁ ସେ ମୋ ମୁଁହକୁ ଚାଂହୁଥାଏ।।ଏଥର ସେ ମୋ ଆଖିରେ ତା ଆଖି ମିଶିଯିବାରୁ ସେ ଟିକେ ଲାଜେଇ ମୁଁହ ତଳକୁ କରିବାରେ ଲାଗିଲା ।। ମୋତେ ବି ଲାଜ ଲାଗୁଥାଏ ଆଉ ଡର ବି ।। କାହା ସହ ଏମିତି ମୁଁ କଥା ହୋଇନି।।ସେ ପୁଣି ଜଣେ ଅଚିହ୍ନା ଝିଅ ସହ।।ଏଥର ମୁଁ ସାହସ କରି ପଚାରିଲି ତା ନିଜ ବିଷୟରେ।।ଜାଣିବାକୁ ପାଇଲି ସେ ବରଗଡ଼ରେ ଏକ ଘରୋଇ ଇଂଜିନିୟରିଙ୍ଗ କଲେଜରେ ପଡୁଛି।।ମୋ ଠାରୁ ବୟସରେ ଦୁଇ ତିନି ବର୍ଷ ସାନ ବି ହେବ ।।ଘରେ ସେ ଉପର ତଳ ହୋଇ ଦୁଇ ଭାଇ ଭଉଣୀ।।ଏମିତି ତାକୁ ପଚାରି ଚାଲିଲି କଣ କଣ ସବୁ interview ରେ ପଚାରିଲେ।।ଆଉ କିଛି ପାଠ ପଢା ବିଷୟରେ।।ମୋର ତ ଖାଲି ତା କଥା ଶୁଣିବାର ବାହାନା ଦରକାର ଥିଲା ।।ୟା ଭିତରେ ବର୍ଷା ହେବାକୁ ଲାଗିଲା ।।ଝରକା ବାହାରେ ହାତ ବଢ଼ାଇ ବର୍ଷାରେ ଖେଳିବାକୁ ଲାଗିଲା ଗୋଟେ ଛୋଟ ଅଲିଆଳି ଝିଅ ପରି।।ପଛକୁ ଚାହିଁ ଦେଖିଲା ମୁଁ  ତା'ର ଖେଳିବା ଦେଖି ହସୁଛି ଆଉ ଏକ ଲୟରେ ତା ମୁହଁକୁ ଚାହିଁଛି।।ସେ ଲାଜ଼ରେ ରେ ଟିକେ ହସି ଦେଇ ବାହାରକୁ ଚାହିଁ ରହିଲା।।ସେ ହସ ନଥିଲା ଥିଲା ଅମୃତର ବର୍ଷା ।। ଅମୃତର ଧାରା ଅଵିଶ୍ରାନ୍ତ ଗତିରେ ଝରି ପଡୁଥିଲା ତାର ଲାଜୁଆ ମୁହଁରୁ।।ମୁଁ ତ ସମ୍ପୂର୍ଣ୍ଣ ଭିଜି ସାରିଥିଲି ,ବାହାରର ବର୍ଷାରେ ନୁହଁ ତା'ରି ଅକୁହା ପ୍ରେମର ବର୍ଷାରେ ।।ପ୍ରେମର ବର୍ଷାରେ ମୋ ହୃଦୟ ହୋଇଥିଲା ଶାନ୍ତ ଶୀତଳ କାନ୍ତ କୋମଳ ।।।ବର୍ଷାର ପ୍ରତିଟି ବୁନ୍ଦାକୁ ସେ ଅନୁଭବ କରିଚାଲିଥିଲା ଏକାମ୍ର ମନରେ।। ବର୍ଷାର ସିକ୍ତ ପ୍ରତିଟି ଟୋପା ତା' ହୃଦୟରେ ସୃଷ୍ଟି କରୁଥିଲା ପ୍ରେମର ଲହଡି।।ଦୁଇ ହାତରେ ଆଞ୍ଜୁଳାଏ ବର୍ଷା ପାଣିରେ ମୁହଁ ଧୋଇ ମୋ ଆଡ଼କୁ ଆଉ ଥରେ ଲାଜ଼ରେ ଚାହିଁ କିଛି କହିବାକୁ ଚାଂହୁଥିଲା ତାର କଥା କୁହା ଓଠ ।।ମୁଁ ବି ଶୁଣିବାକୁ ଥିଲି ବ୍ୟାକୁଳ।।"ୟା ଭିତରେ ବର୍ଷା ହୋଇ କେତେବେଳେ ଛାଡ଼ି ଗଲାଣି ।।ଭଲ ନିଦ ଟିକେ ହୋଇ ଗଲା ।।"ତାଙ୍କ ବାପା ଉପର ସିଟରୁ ଓଲ୍ହାଉ ଓଲ୍ହାଉ କହିଲେ ।।ମୁଁ ଉତ୍ତର ଦେଲି ହଁ ଅଧାଘଣ୍ଟା ପ୍ରାୟ ହେବ ବର୍ଷା ହେଲାଣି।।ଏବେ କମିଗଲାଣି" ।। ଉତ୍ତର ଦେଉ ଦେଉ ଅନୁଭବ କଲି ଆମେ ଦୁହେଁ କେତେବେଳେ ଆସି ଏତେ ପାଖରେ ବସିଛୁ ଜଣା ପଡ଼ିନାହିଁ।।ହାହା... ନୂଆ ନୂଆ ପ୍ରେମରେ ପଡିଲେ କାଳେ ଏମିତି ହୁଏ ।।ସେ ବି ଟିକେ ସତର୍କ ହୋଇ ବସିଲା।।uncle ଯାଇ ମୁହଁ ଧୋଇ ହୋଇ ଆସିଲେ।ଆଉ ଆମ ଦୁଇଜଣଙ୍କ ମଝିରେ ବସିପଡିଲେ।।

                               ବେଶ ସେତବେଳକୁ ଟ୍ରେନ ରାଉରକେଲା ପହଂଛି ସରିଥାଏ।।ମୋତେ ଝାରସୁଗୁଡାରେ ଓଲ୍ହାଇବାକୁ ଥାଏ।।ଆଉ ମାତ୍ର ଦେଢ଼ ଘଣ୍ଟା।।ସନ୍ଧ୍ୟା ହୋଇ ଆସିଥାଏ।।ଟ୍ରେନରେ ଲୋକ ଭର୍ତ୍ତି ହୋଇଥା'ନ୍ତି।।ମନଟା ମୋର ମାନୁ ନଥାଏ।।ଏଯାଏ ତା ନା' କି ଯୋଗାଯୋଗ ପାଇଁ କିଛି କଥା ହୋଇ ନଥିଲି।।ମୋତେ ବି ଲାଗୁଥିଲା ସେ ବି କିଛି କହିବାକୁ ଛାଂହୁଛି କିନ୍ତୁ କହିପାରୁନି।।ତା' ମୁହଁ ତା ହୃଦୟ ତଳର ବ୍ୟାକୁଳତାକୁ ଲୁଚାଇ ପାରୁନଥିଲା।।ମନେ ମନେ ଭାବୁଥାଏ uncle ଟିକେ ବାହାରକୁ ଯା'ନ୍ତେନି ମୁଁ ତା'ର  ନାଁ ଆଉ ଟେଲିଫୋନ ନମ୍ବର ପଚାରି ବୁଝନ୍ତି।।ନିଜକୁ ମଧ୍ୟ ମନେ ମନେ ଧିକାରୁ ଥାଏ।।ଏତେ ସମୟ ମିଳିଥିଲା ମୋତେ କାହିଁକି ପଚାରିଲିନାହିଁ।।ଏତେ ସମୟ କଥା ହେଲି ସବୁ ପଚାରିଲି; କିନ୍ତୁ ଫୋନ ନମ୍ବର ତ ଦୁରେ ଥାଉ ନାଁ ବି ପଚାରିବାର ସାହସ କରିପାରିଲିନି।।ବ୍ୟାକୁଳିତ ମନରେ ତାଙ୍କ ବାପାଙ୍କ ସହ କଥା ହେବା ବାହାନାରେ ତା ଆଡ଼କୁ ଇସାରା କରୁଥାଏ ଅତିକମରେ ନାଁ ଟା ଜାଣିଲେ ଫେସବୁକ ରେ ଖୋଜିଥାନ୍ତି।।ଛାଡ ଆଉ ଭାବି ଲାଭ କଣ।।ଭାବୁ ଭାବୁ ଝାରସୁଗୁଡା ରେଳବାଇ ଷ୍ଟେସନରେ ଗାଡି ଅଟକିଲା।।ଆଉ କମିବାକୁ ଲାଗିଲା ମୋ ହୃଦୟର ସ୍ପନ୍ଦନ।।ମନେ ହେଉଥିଲା ହୃଦ ସ୍ପନ୍ଦନ ବନ୍ଦ ହୋଇ ଯିବନି ତ!!ଇଛା ନଥାଇ ବି ମୋତେ ଓଲ୍ହାଇ ଯିବାକୁ ହେବ।।ଶେଷ ଥର ସମସ୍ତଙ୍କୁ bye କହି ଆସିଲି।।ପ୍ଲାଟଫୋର୍ମରେ ଠିଆ ହୋଇ ଦେଖୁଥିଲି ସେ ମୋଠୁ ଦୁରେଇ ଯାଉଥିଲା ଟ୍ରେନର ଗତି ସହ।।ସେ ଚାହିଁ ରହିଥାଏ ମୋତେ ଝରକା ଫାଙ୍କରୁ କିଛି ହଜେଇଦେଲାଭଳି।।କିଛି ସମୟ ଚାହିଁ ରହିଲି ତାକୁ ମୋ ଆଖିରୁ ଦୁରେଇ ଯିବା ଯାଏ।।  ଦୁଃଖରେ ଫେରୁ ଫେରୁ ପ୍ରସ୍ଥାନ ଦ୍ୱାରରେ ଉପର ପକେଟରୁ ଟିକେଟ ବାହାର କଲାବେଳେ ମୋ ପ୍ରବେସିକା ପତ୍ରର ନକଲ ବାହାରି ଆସିଲା ଯେଉଁଥିରେ ଆମେ ପାଠ ବିଷୟରେ ଆଲୋଚନା କରି କିଛି diagram କରିଥିଲୁ।।ହା ହା ସବୁ ଅତୀତ ହୋଇଗଲା କେଇ ମୁହୂର୍ତ୍ତରେ।।ସବୁ ସ୍ବପ୍ନ ନିମିଷକେ ପୁଣି ଥରେ ଉଭେଇ ଗଲା।।ତାକୁ ତାର ଏକକ ସ୍ମୃତି ଭାବି ଖୋଲି ଦେଖିଲି ।।ହଟାତ ମୋ ନଜରରେ ପଡିଲା କାଗଜର ତଳେ ଗୋଟେ ଜାଗାରେ ଟେଲିଫୋନ ନମ୍ବରଟିଏ ଲେଖାଥିଲା ଆଉ ତା ତଳେ ଲେଖାଥିଲା "ଦେବସ୍ମିତା"....

       
ଗପଟି ଭଲ କିମ୍ବା ଖରାପ ନିଶ୍ଚୟ ତଳେ comment କରନ୍ତୁ।।ଭଲ ଲାଗିଥିଲେ comments like , subscribe ଆଉ follow କରନ୍ତୁ।।ମୋ ପରିଶ୍ରମ ସଫଳ ହେବ ଯଦି ଆପଣଙ୍କ ଭଲ ଲାଗିଥିବ।।ବିବାହ, ବ୍ରତାଦି ପାଇଁ 👇ଯୋଗାଯୋଗ କରନ୍ତୁ।।ଓଡ଼ିଶାର ସବୁଠୁ ଉତ୍କୃଷ୍ଟ event management companyhttps://www.facebook.com/planurdayy/









11 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();