Saturday, March 31, 2018

ଟେନସନ (Tension)


                 😱 ଟେନସନ!...


              
ମା କହୁଛି ଟେନସନ ଝିଅ କହୁଛି ଟେନସନ
ବାପା କହୁଛି ଟେନସନ ପୁଅ କହୁଛି ଟେନସନ
ଭାଇ କହୁଛି ଟେନସନ ଭାଉଜ କହୁଛି ଟେନସନ
ଝିଅ କହୁଛି ଟେନସନ ଜ୍ବାଇଁ କହୁଛି ଟେନସନ
ବିଗ ବି କହୁଛନ୍ତି ଥଣ୍ଡା ଥଣ୍ଡା କୂଲ କୂଲ 
ଲଗାଇ ଟେନସନ କୁ ଦିଅ ପେନସନ ।।।।।।

ଛାତ୍ର କହୁଛି ଟେନସନ ଶିକ୍ଷକ କହୁଛି ଟେନସନ
ଗ୍ରାହକ କହୁଛି ଟେନସନ ବେପାରୀ କହୁଛି ଟେନସନ
ଭକ୍ତ କହୁଛି ଟେନସନ ବାବା କହୁଛନ୍ତି ଟେନସନ
ପ୍ରେମିକ କହୁଛି ଟେନସନ ପ୍ରେମିକା କହୁଛି ଟେନସନ
ମୁଁ ପଚାରିଲି ଓଃ.. ସତରେ କଣ ଏତେ ଟେନସନ
ଉତ୍ତର ଆସିଲା ରୁହ ତଳେ କରୁଛି ତୁମର orientation..

ମା ର ଟେନସନ ବାପଘର ପାଇଁ 
ବାପର ଟେନସନ ପ୍ରମୋସନ ପାଇଁ
ପୁଅର ଟେନସନ କ୍ରିକେଟ ବ୍ୟାଟ ନାହିଁ
ଝିଅର ଟେନସନ ବିଉଟି କ୍ରିମ ନାହିଁ।।

ଭାଇର ଟେନସନ ଭାଉଜଟେ ମିଳୁନି
ଭାଉଜର ଟେନସନ ସ୍କୁଟିଟେ ମିଳୁନି।।
ପ୍ରେମିକାର ଟେନସନ ନୂଆ ପ୍ରେମିକଟେ ମିଳୁନି
ପ୍ରେମିକର ଟେନସନ ନୂଆ  ପ୍ରେମିକା ମିଳୁନି।।

ଛାତ୍ରର ଟେନସନ ତାର ପାଠସାଠ ହେଉନି
ବେପାରିର ଟେନସନ ଠକେଇ ହେଉନି
ଅଧିକାରୀଙ୍କ ଟେନସନ ଉପରି ଆଉ ହେଉନି
ଲୋକଙ୍କ ଟେନସନ ଗରମ ସହି ହେଉନି ।।।।

ବାବାଙ୍କର ଟେନସନ ସୁନ୍ଦରୀ ମାତା ମିଳୁନି
ଭକ୍ତର ଟେନସନ ବାବାଙ୍କ ସାନିଧ୍ୟ ଆଉ ମିଳୁନି।।
ଭାଗବାନଙ୍କ ଟେନସନ ତାଙ୍କୁ ଭକ୍ତି ମିଳୁନି।।
କବିର ଟେନସନ ପାଠକ ଟେ ତାକୁ ମିଳୁନି।।।

ଶେଷରେ ମୁଁ କହିଲି
ହୋଇଗଲା ମୋର ପୁରା orientation
ଓଃ.. ସତରେ ଦୁନିଆଟା ପୁରା ଫୁଲ ଟେନସନ।।।


      https://www.facebook.com/planurdayy/

1 comment:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();