⛈ବର୍ଷା...
ଉଜାଣିଆ ବର୍ଷାଟା କଉଠି ଥିଲା କେଜାଣି ହଟାତ ମେଞ୍ଚା ମେଞ୍ଚା କଳା ବାଦଲ ସହ ମାଡ଼ିଆସି ଚାରିଆଡ଼ ଅନ୍ଧାର କରିଦେଲା।।ଅସମ୍ଭାଳ ପବନ ସାଙ୍ଗକୁ ତୁହାକୁ ତୁହା ବଜ୍ରପାତ ଏକ ଭୟଙ୍କର ପରିବେଶ ସୃଷ୍ଟି କରିଥିଲା.।।ରାସ୍ତା କଡରେ ଗଛଗୁଡା ମାଟିକୁ ଛୁଇଁବ ଛୁଇଁବ ହେଉଥାନ୍ତି।।ଯେ ଯେମିତି ପାରୁଛନ୍ତି ନିଜ ନିଜ ବାସସ୍ଥାନକୁ ଶୀଘ୍ର ପହଞ୍ଚିବାର ପ୍ରାୟସରେ ଥାନ୍ତି ।।ଉଠା ଦୋକାନୀ ମାନେ ଜିନିଷ ପତ୍ର ବନ୍ଧା ବନ୍ଧି କରି ଘରକୁ ବହାରିଲେଣି।।ପକ୍ଷୀମାନେ ରାବ ଦେଇ ନିଜ ନିଜ ବସାକୁ ମୁଁହାଇ ଛନ୍ତି।।ପିଲାଙ୍କ ସ୍କୁଲ ଛୁଟି ବେଳ।।ଅନନ୍ନ୍ୟା ବି ଯାଇ ଥାଏ ନିଜ ୮ ବର୍ଷର ପୁଅକୁ ଆଣିବାକୁ।।ସ୍କୂଲଟି ଘରଠୁଁ ଅନତି ଦୂରରେ।।କିନ୍ତୁ ହଠାତ ଧୁମ ପବନ ସହ ବର୍ଷା ହେବାରୁ ସେ ରାସ୍ତା କଡର ଏକ ଯାତ୍ରୀ ବିଶ୍ରାମଗାର ରେ ଆଶ୍ରୟ ନେଲା।।ଆଗରୁ ବହୁଲୋକ ବି ଜମାଥିଲେ।।ବର୍ଷା ଧୀରେ ଧୀରେ ବଢ଼ିବାକୁ ଲାଗିଲା।।ନିଜ ପଣତରେ ପୁଅର ଦେହକୁ ଢାଙ୍କି ରଖିଥିଲା ସେ ବର୍ଷା ଛିଟାରୁ ବଞ୍ଚାଇବାକୁ ,ମାତୃ ସ୍ନେହର ପରାକାଷ୍ଠା ଦେଖାଇ।।।ପୁଅର ବାହାରକୁ ହାତ ଦେଖାଇ ପାଣିରେ ଖେଳିବାକୁ ବାରମ୍ବାର ପ୍ରତିରୋଧ କରୁଥିଲା ସେ।ଅଦିନିଆ ବର୍ଷାରେ ପୁଅର ସ୍ବାସ୍ଥ୍ୟ ପ୍ରତି ସେ ବହୁତ ସଜାଗ ଥିଲା।।ଉଡାନିଆ ବର୍ଷା ଜଳରେ ତା ମୁହଁ ସିକ୍ତ ଲାଗୁଥିଲା।।
ବହୁଲୋକ ସାଇକେଲ ,ବାଇକ ଚାଳକ ଓଲ୍ହାଇ ଆସି ସେ ବିଶ୍ରାମଗାରରେ ମୁଣ୍ଡ ଗୁଞ୍ଜୁ ଥାନ୍ତି।।ସେମିତି ଜଣେ ତିରିଶ ବତିଶି ବର୍ଷୀୟ ଯୁବକ ବାଇକରୁ ଓଲ୍ହାଇ ଆସି ଠିଆ ହେଲେ ତା ଆଗରେ।।ଦେହଟା ପୁରା ଓଦା।।ପାଣି ନିଗିଡି ପଡୁଥାଏ ।। ।।"ଆପଣ ଟିକେ ସାଇଡ଼ ହୋଇ ଠିଆ ହୁଅନ୍ତୁ।।ଆପଣଙ୍କ ଦେହରୁ ପାଣିପଡ଼ି ପୁଅ ମୋର ଓଦା ହୋଇ ଯାଉଛି।"ଅନନ୍ନ୍ୟା କହିଲା।।"am sorry,ମୁଁ ଦେଖିନଥିଲି ..."କହି ବୁଲିପଡିଲେ ଯୁବକ ଜଣକ।।"ଆରେ ଅନୁ ତୁମେ...Ohhh my God.."।।।ନିଜ ନାଁ ଶୁଣି ଯୁବକଙ୍କ ମୁହଁକୁ ଅନନ୍ନ୍ୟା ଚାହିଁଲା।।ଅନାୟାସରେ ସେ ଚିହିଁ ପକାଇଲା ସେ ଆଖିକୁ।।ଯେଉଁ ଆଖି ତା ପାଇଁ ଆଣିଦେଉଥିଲା ଅସୁମାରୀ ସ୍ୱପ୍ନର ଲହରି।।ସେଇ ମୁହଁକୁ ଯେ କେତେ ମିଠା ମିଠା କଥା କହି ମନକୁ ତାର ଦିନେ ଚୋରି କରିନେଇଥିଲା।।ମୁଁହରେ ତାଙ୍କର ଦାଢ଼ି ବହୁତ ବଢିଯାଇଥିଲା କିନ୍ତୁ ମୁହଁର ସତେଜତା କମିନଥିଲା।।ପୂର୍ବବତ ହସ ହସ ମୁହଁ।।ବାହାଘର ପର ଠୁଁ ସେ ତାଙ୍କୁ ଦେଖିନଥିଲା।।ହେଲେ ଏବେ ଏମିତି ହଟାତ ବର୍ଷା ଟାରେ ଦେଖା ହୋଇଯିବ ସେ ନିଜକୁ ବିଶ୍ୱାସ କରିପାରୁନଥିଲା।ସେ ଥିଲେ ତାର ଅତିପ୍ରିୟ ଆୟୁଷ। "ଆୟୁଷ....."କହୁ କହୁ ଚୁପ ହୋଇଗଲା ଅନନ୍ୟା।।" ଆଉ କେମିତି ଅଛ??"ପ୍ରଶ୍ନଟି ଶୁଣି କଣ ଉତ୍ତର ଦେବ କିଛି ଭାବି ପାରୁନଥାଏ ଅନନ୍ୟା।।ଦୁହିଁଙ୍କ ପାଟିରୁ କଥା ବାହାରୁ ନଥାଏ ।।ବୋଧେ ଦୁହେଁ ଦୁହିଁଙ୍କ ଆଖିରେ ଦେଖୁଥିଲେ ସେଇ ମିଠା ମିଠା ଅନେକ ପୁରୁଣା ଅତୀତର ମୁହୂର୍ତ୍ତ ଗୁଡ଼ିକ।।।
ଏମିତି ଏକ ବର୍ଷା କିଛି ବର୍ଷ ତଳେ ସେମାନଙ୍କ ମିଳନର ହେତୁ ସାଜିଥିଲା।।ହମ୍ମ ମନେ ଅଛି ଗୋଟି ଗୋଟି ସବୁ କଥା।।କେହି କଣ ନିଜ ପ୍ରଥମ ପ୍ରେମକୁ ଭୁଲି ପାରେ।।ହୁଏତ ନାଁ ।।ସେଦିନ ବି ଏମିତି ବର୍ଷାରେ ଭିଜି ଭିଜି
ଆୟୁଷ କଲେଜରେ ପହଞ୍ଚି ଥିଲା ଆଉ ଆଗରେ କାହାକୁ ନ ପାଇ ପଚାରିଥିଲା ଅନନ୍ୟାକୁ "1st year ର କ୍ଲାସ ରୁମଟା କେଉଁଠି କହିପାରିବେକି।।।" ମୁଁ ବି ଖୋଜୁଛି ..ମୁଁ ବି ନୂଆ addmission ନେଇଛି।।"ହସି କହିଥିଲା ଅନନ୍ୟା।।ଦୁହେଁ ମିଶି ଖୋଜି ଖୋଜି କ୍ଲାସରୁମ ରେ ପହଞ୍ଚିଲାବେଳକୁ କ୍ଲାସ ସାରିଯାଇଥାଏ।।ତାପରେ ସେମାନେ ସାଙ୍ଗ ହୋଇ କଲେଜ କ୍ୟାଣ୍ଟିନ୍ନ।।ଧୀରେ ଧୀରେ ମିଳାମିଶା ।।ପୁଣି ପ୍ରେମ।।କେତେ ସେମାନେ ବର୍ଷାରେ ଭିଜି ଭିଜି ପ୍ରେମର ଇନ୍ଦ୍ରଧନୁ ଅଙ୍କିଛନ୍ତି।।ଗଳି ଗଳି ବୁଲି ଗୁପଚୁପ,ଆଇସ୍କ୍ରିମ ଖାଇଛନ୍ତି।।କେତେ କ୍ଲାସ bunk ମାରିଛନ୍ତି।ଦୁହିଁଙ୍କ ଯୋଡି ଭଲ ମାନୁଛି ବୋଲି କୁହନ୍ତି ସାଙ୍ଗ ମାନେ।।ଦୁହେଁ ଦେଖିବାକୁ ବି ଖୁବ ସୁନ୍ଦର।।ତାର ସୁନ୍ଦର ଆଖିକୁ ଦେଖି ବିକାଶ ସବୁବେଳେ କହୁଥିଲା " ଏଇ ଯେଉଁ ତୁମ ଆଖି ନା ମୋତେ ପାଗଳ କରିଛି।।ଆଖିର କଜ୍ଜ୍ୱଳ ତୁମ କଥା କୁହା ଆଖିର ଭାବନାକୁ ଲୁଚେଇ ଦେଉଛି।।ଆଉ ଘଣ୍ଟା ଘଣ୍ଟା ଚାହିଁ ରହୁଥିଲା ତା ଆଖି ଭିତରେ ।।କେଜାଣି କଣ ମିଳୁଥିଲା ତାକୁ ।।" " ମୋ ଭଲପାଇବା ତୁମକୁ ବିଗାଡି ଦେଇଛି।।ଯେବେ ମୋ ଭଲପାଇବା ମିଳିବନି ,ଦେଖିବ ଏ ଆଖି ତୁମକୁ ଦିନେ ବହୁତ କନ୍ଧାଇବ "ଅନନ୍ୟା କେତେବାର ଉତ୍ତର ଦେଇଛି ।।"ଏତେ ଭଲ ପାଅନି ଭବିଷ୍ୟତରେ କିଛି ଯଦି ନହୁଏ, ବହୁ କଷ୍ଟ ପାଇବ"।।" ମୁଁ ତୁମକୁ ଏତେ ସହଜରେ ଯିବାକୁ ଦେବିନି ।।ତୁମ ପାଇଁ ସାରା ଦୁନିଆ ସହ ଲଢିଯିବି।।ତଥାପି ଜଦି ଆମ ବିବାହ ନ ହୁଏ, ମୁଁ କେବେ ବିବାହ କରିବିନି।। ଭଲପାଇବାକୁ ସ୍ମୃତି କରି ଏକା ରହିଯିବି। "ଉତ୍ତରରେ ହସି ହସି କୁହେ ଆୟୁଷ ।।
କିନ୍ତୁ ମଣିଷ ଯାହା ଚାହେଁ ତାହା କଣ ସବୁବେଳେ ହୁଏ।।ଏମିତି ଏକ ସନ୍ଧ୍ୟାରେ ମା ତାକୁ ଡାକି ଶୁଣାଇ ଦେଲେ " କାଲି ତୋତେ ବାଲେଶ୍ବରରୁ ପୁଅ ଘର ଦେଖିବାକୁ ଆସୁଛନ୍ତି ।। ପୁଅ ଭଲ ସରକାରୀ ଚାକିରୀ କରିଛି।।ଭଲ ଦରମା ସାଙ୍ଗକୁ ଭଲ ଘର ଆଉ ପରିବାର ।।" ହେଲେ ମା ମୋ ପାଠ ପଢ଼ା ସରିନି।।ଏବେ କଣ ସବୁ ବାହାଘର।।ତୁ ବାପାଙ୍କୁ ମନା କରିଦେ" ଅନୁ କହିଥିଲା ।। " ତୋ ବାପାଙ୍କ କଥା ଜାଣିଛୁ ।।ସେ ଥରେ ନିଷ୍ପତ୍ତି ନେଇଛନ୍ତି ମନେ ତାଙ୍କ ନିଷ୍ପତ୍ତି ବଦଳାଇବା ଭାରି କଷ୍ଟ।।ଏମିତି ରେ ବି ସେ ପୁଅ ଆଉ ଘର ଆମ ସମସ୍ତଙ୍କୁ ପସନ୍ଦ ।।ତୁ ମନା କରନି ମା ରାଜି ହୋଇଯା"।।ମା ଏମିତି ଉତ୍ତର ଦେଇ ଚାଲିଗଲେ ହେଲେ ଚେଷ୍ଟା କଲେନି ନିଜ ଝିଅର ମନ କଥା ବୁଝିବାକୁ।।ଥରେ ପସନ୍ଦ ଅପସନ୍ଦ ବି ପଚାରିଲେନାହିଁ।।ସେଦିନ ସେ ଆଉ ଖାଇନଥିଲା।।ମନର କୋହକୁ ଅଟକାଇ ପାରିଲାନି ସେ ଲୁହର ଶ୍ରାବଣରେ ଭିଜିଥିଲା ସେ ସାରାରାତି।।ମନରେ ଜଳୁଥିବା ପ୍ରେମର ସ୍ମୃତି ଗୁଡି଼କର ଧୂଆଁ ଆଖିବାଟେ ବାହାରୁଥିଲା ସାରା ରାତି।।ବାହାରେ ବି ସେଦିନ ଘଡ ଘଡି ସହ ଜୋରରେ ବର୍ଷା ହେଉଥିଲା।।ବାହାର ଅମାନିଆ ବର୍ଷାର ଶବ୍ଦରେ କାହାକୁ ସୁଣା ଯାଉ ନଥିଲା ତାର ବୁକୁଫଟା କାନ୍ଦଣା।। ଝିଅ ଦେଖା ସରିଲା ।।ସେଦିନ ସନ୍ଧ୍ୟାରେ ସେ ମା କୁ ଖୋଲି କହିଲା ତାର ପ୍ରେମ ଆଉ ଆୟୁଷ ବିଷୟରେ।।ସେତେବେଳେ ସେମାନେ MA
ପଢୁଥିଲେ।।ଚାକିରୀ ବି ହୋଇନଥିଲା।।ମା ବି ବାପାଙ୍କ ନିଷ୍ପତ୍ତିରେ ଅସହାୟ ଥିଲେ।।ଆୟୁଷ ବି କିଛି କରିପାରିନଥିଲା ।।କଣ ବା କରି ପାରିଥାନ୍ତା।।ଏଯାଏ ନିଜ ଗୋଡରେ ତ ସେ ନିଜେ ଠିଆ ହୋଇ ନଥିଲା ।।।
କିଛି ସମୟର ନୀରବତା କୁ ଭଙ୍ଗ କରି ଆୟୁଷ କିଛି କହିବାକୁ ଉଦ୍ୟତ ହୁଏତ ,ହଟାତ ଗୋଟେ ଜୋରକରି ବଜ୍ରପାତ ହେଲା।।ଭାବମଗ୍ନ ଅନୁର ବାହୁ ଯୁଗଳ ଅନାୟସରେ ଆୟୁଷକୁ ଆଡ଼କୁ ଉଠି ଯାଏ ତ ସେ ଅନୁଭବ କରେ ତାକୁ କିଏ ନିଜ ବାହୁରେ ଜୋରରେ ଭିଡ଼ି ଧରିଛି।।ଅନୁ ବଜ୍ରପାତକୁ ଡରୁଥିଲା ଅନେକ ଥର ସେ ଆୟୁଷକୁ ଭିଡି ଧରିଛି ବଜ୍ରପାତରେ।ପ୍ରକୃସ୍ଥିତ ହୋଇ ଦେଖେ ତ ତା ପୁଅ ଡରରେ ତାକୁ ଜାବୁଡ଼ି ଧରିଛି।।ଲୁହ ଟୋପାଏ ବୋହି ଆସିବ ଆସିବ ହେଉଥାଏ।।ନିଜକୁ ସେ ନିୟନ୍ତ୍ରଣ କଲା।।ବାହାର ସିନା ବର୍ଷା ହେଉଥିଲା କିନ୍ତୁ ଭିତରଟା କେତେବେଳୁ ତାର ଆଖିର ଲୁହରେ ଓଦା ହୋଇ ସାରିଥିଲା ।।ଆୟୁଷ ତା ପୁଅକୁ ଉଠାଇ ନେଇ ଗେଲ କରିବାକୁ ଲାଗିଲା ।।ବାପାଙ୍କ ନାଁ କଣ ,ମା ନାଁ କଣ,କେଉଁ କ୍ଲାସରେ ପଡୁଛ, ଏମିତି ଅନେକ କିଛି।।ନିରବ ଥିବା ଅନନ୍ୟା ପଚାରିଲା " ତୁମେ ବାହା ହେଲାଣି ।।ପିଲାପିଲି କେତେଟା" ।।" ନା ମୁଁ ବାହା ହେବାକୁ ପସନ୍ଦ କଲିନି।।ଛୋଟ ସରକାରୀ ଚାକିରି ଟିଏ କରିଛି ନିଜେ ଚାଲୁଛି ଆଉ କିଛି ଅନଥାଶ୍ରମ ରେ ପିଲାଙ୍କ କଥା ବୁଝୁଛି।।ବାହା ହେବା କଣ ନିହାତି ଆବଶ୍ୟକ।।"କହୁ କହୁ ହସି ଦେଲା ଆୟୁଷ।।" ହମ୍ମ...ମୋର ଏବେ ଏଠିକୁ transfer ହୋଇଛି।।ବର୍ଷା କମିଗଲାଣି ମୋର ଡେରି ହୋଇଯିବ ମୁଁ ବାହାରୁଛି କହି ନିଜ ପକେଟରେ ହାତ ପୁରେଇଲା ।।କିଛି ନପାଇ ଉପର ପକେଟରେ ଥିବା ଗୋଟେ ପୁରୁଣା କଲମଟିକୁ ବାହାର କରି ପୁଅ ହାତକୁ ବଢ଼ାଇ ଦେଲା।।।ଯିବା ପୂର୍ବରୁ ଆଉ ଥରେ ପୁଅକୁ ଗେଲ କରି ଅନନ୍ୟା ମୁଂହକୁ ଚାହିଁ ଗାଡ଼ିରେ ଚାଲିଗଲା ଆଉ ପଛକୁ ଚାହିଁଲା ନାହିଁ।।ତଥାପି ବର୍ଷା ସମ୍ପୂର୍ଣ୍ଣ ଛାଡି ନଥାଏ।।ଟୋପା ଟୋପା ବର୍ଷା ଭିତରେ ହଜିଯିବା ଯାଏ ଆୟୁଷକୁ ଚାହିଁ ଥାଏ ଅନନ୍ୟା ଏକ ଲୟରେ।।ଅଟକାଇ ଆଉ ଦୁଇ ପଦ କଥା ହେବାର ସାହସ ବି ନଥିଲା ତାର।।କେଉଁ ସମ୍ପର୍କରେ ବା ସେ କଥା ହୋଇଥାନ୍ତା ।।ସେ ବିବାହିତ।।ନିଜ ସ୍ୱାମୀ ଛଡ଼ା ଆଉ କାହା ବିଷୟରେ ଭାବିବା ବି ପାପ।।।
"ମାମା ମାମା ଦେଖ uncle ଦେଇ ଥିବା ପେନରେ ମୋ ନାଁ ଲେଖାଅଛି।।"ପୁଅଠୁ ପେନ ଆଣି ଅନନ୍ୟା ଦେଖିଲା ସେଇଟା ସେଇ ପେନ ଥିଲା ଯେଉଁଟା ସେ ଆୟୁଷକୁ ଶେଷଥର ପାଇ ଉପହାର ଦେଇଥିଲା ।।ନୀଳ ରଙ୍ଗର ସେ ପେନରେ ଉପର ଅଂଶରେ ଟିକେ ଅସ୍ପଷ୍ଟ ଭାବେ ଲେଖାଥିଲା "ଆୟୁଷ" ।।।।ଆଉ ମନେ ମନେ କାନ୍ଦୁ କାନ୍ଦୁ ଭାବୁଥାଏ ଏ ନିଆଁ ଲଗା ବର୍ଷା କାହିଁ ଆସେ କେଜାଣି।।ଯେତେଥର ଆସୁଛି ଦେଇ ଯାଉଛି ଆଖିରେ ମେଞ୍ଚା ମେଞ୍ଚା ଶ୍ରାବଣୀର ଧାରା.......
Aau gote fantastic climax Sango..
ReplyDeleteVery nice story
ReplyDelete9 barsa para Ananya akhire birah jantrana aau ta hrudayre kheluthiba atitara smruti padhi heuchhi. Hele astamangula pare aji kalira jhianka akhire na thiba birahara luha hrudayare na thiba atita smrutira gandha
ReplyDeleteNice
ReplyDelete