Thursday, March 22, 2018

ଶେଷ ଅଶ୍ରୁ (Sesha Ashru)


            

                  👁 ଶେଷ ଅଶ୍ରୁ👁

                                                        - ସାଗରିକା ମୁଖାର୍ଜୀ

         

ଫଗୁଣର ରଙ୍ଗୀନ ସନ୍ଧ୍ୟା
ଗୀତ ଗାଏ ଗୋଧୂଳି ଲଗ୍ନରେ
ରାଧା କୃଷ୍ଣଙ୍କ ପ୍ରେମର ଗୁଞ୍ଜରଣ
ଶୁଣୁଛି ଏକ ହି ମଗ୍ନରେ।।।

ମୋ ଲୁହରେ ଲିପିବଦ୍ଧ କିଛି ବ୍ୟଥା
ହୃଦୟରେ ସୁରର ମୁର୍ଛନା 
ନୟନରେ କିଛି ଆଶା
କିଛି ଭରଷା 
କିଛି ମାନ କିଛି ଅଭିମାନ ।।।

ଆଜି ମୁଁ ଆଁକୁଛି  ଇତିଚିତ୍ର
ଅୟୁତ ଆଶାରେ , କୁହୁଡ଼ି କାନ୍ଥରେ,
ଅଶ୍ରୁର ଧାରାରେ 
ମିଛ ସ୍ୱପ୍ନରେ ।।।

ତୁମେ ଗଲା ପରେ ଫେରିଲାଣି କେତେ ଫଗୁଣ
ହେଲେ ରଙ୍ଗେଇ ପାରିନାହିଁ ମୋତେ..
ଚାହିଁ ଚାହିଁ ଫେରିଯାନ୍ତି ମେଘମାଳ
ଭିଜାଇ ପାରନ୍ତିନି ମୋତେ ।।।

ବେଶି କଷ୍ଟ ଲାଗେ 
ଲୁହ ଗଡ଼ିଗଲେ ଥରେ ଥରେ...
ବୋହି ଯାଉ ସେ ମଧ୍ୟ ଏକାଥରେ
ଧୋଇ ଯାଉ ତୁମ ପାଇଁ ଜମିଥିବା 
ଅଭିମାନ ଏକା ଥରେ।।।




4 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();