Friday, March 23, 2018

ଉଡ଼ାଯାହାଜ (Udajahaj)


                🛫ଉଡ଼ାଯାହାଜ🛬



ଆଜି ତାଙ୍କୁ କୋଟି ଅଶୌର୍ଯ୍ୟ ମିଳିଗଲା ପରି ଲାଗୁଛି ।। ଲାଗିବନି ବା କାହିଁକି ଧର୍ମପତ୍ନୀ ଗଲା ଦିନରୁ ଏକୁଟିଆ ଜୀବନରୁ ତାଙ୍କୁ ଆଜି ମୁକ୍ତି ମିଳିଛିି ।। ଯିବା ଆସିବା ଲୋକଙ୍କ ମୁହଁକୁ ଦେଖି ସ୍ମିତ ହାସ୍ୟ ଦେଉଛନ୍ତି ରମେଶ ବାବୁ।।କଲିକତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ  ଅତର୍ଜତୀୟବିମାନ ଘାଟିର ପ୍ରତିକ୍ଷାଳୟରେ ବସି ବସି ରମେଶ ବାବୁ ତାଙ୍କ ଅତୀତର ଗୋଟି ଗୋଟି ଘଟଣା ମନେ ପକାଉଛନ୍ତି।। ବିମାନ ଘାଟିରୁ ପ୍ରତିଟି ଉଡାଯାହାଜର ଉଡାଣ ସହ ତାଙ୍କ ମନ ମଧ ଉଡି ଉଡି ଯାଉଛି।।ମନରେ ଆବେଗ ବଢି ବଢି ଚାଲିଛି।।କେତେବେଳେ ତାଙ୍କ ବିମାନଟି ଆସିବ ଆଉ ସେ ଉଡିଯିବେ ସୁଦୂର ଆମେରିକା ନିଜ ପୁଅ ପ୍ରଭୁ ଦତ୍ତଙ୍କ ସହ।।

ରମେଶ ବାବୁ ମାନେ ରମେଶ ବାରିକ ବାବୁ ଜଣେ ଅବସରପ୍ରାପ୍ତ ଇସ୍ପାତ କର୍ମଚାରୀ।।ସ୍ୱଳ୍ପ ବେତନ ରେ ସେ ନିଜର ଚାକିରୀ ଜୀବନ ଆରଂଭ କରିଥିଲେ ରାଉରକେଲାର ଏକ ଘରୋଇ ଇସ୍ପାତ କାରଖାନାରେ ।।୨୫ ବର୍ଷ ବୟସରୁ ବୈବାହିକ ଯିବନ ଆରଂଭ କରିଥିଲେ ପତ୍ନୀ ସୁଲୋଚନାଙ୍କ ସହ।।ବେଶ ଭଲ ଗୃହିଣୀ ଥିଲେ ସୁଲୋଚନା ଦେବୀ ।।ସ୍ୱାମୀଙ୍କ ସ୍ୱଳ୍ପ ବେତନରେ ଅତି ସୁରୁଖୁରୁରେ ସେ ଘର ଚଳାଉ ନେଉଥିଲେ।।।କିନ୍ତୁ ଦଇବ ତାଙ୍କ ପ୍ରତି ନିଷ୍ଠୁର ସାଜିଥିଲେ।।ବିବାହର ୩ ବର୍ଷ ପରେ ବି ମା ହେବାରୁ ବଞ୍ଚିତ ଥିଲେ।।ସାହି ପଡ଼ିଶାଙ୍କ ଟାହି ଟାପରେ ଶୁଣି ଅନେକ ଥର ଲୁହ ଗଡ଼ାଇଛନ୍ତି ସେ।।ବହୁ ବାର ତୀର୍ଥ କରିଛନ୍ତି।।ଅନେକ ଓଷା ବାର କଲା ପରେ ସେ ଜନ୍ମ ଦେଇଥିଲେ ବିଭୁଦତ୍ତକୁ।।କିନ୍ତୁ କଣ ହେବ ବିଭୁଦତ୍ତ ୪ବର୍ଷ ଯାଏ ପାଟି ଖୋଲିଲା ନାହିଁ।।ବହୁ ମାନସିକ କରି ପୁରୀରେ ଜଗନ୍ନାଥ ଙ୍କ ପାଖରେ ବାବାଜୀ କରାଇଲେ।।କିଛି ମାସ ପରେ ଭଗବାନ ତାଙ୍କ ଡାକ ଶୁଣିଲେ ବିଭୁ ଧୀରେ ଧୀରେ ପାଟି ଖୋଲିବାକୁ ଲାଗିଲା।।ପିଲାଟି ଦିନରୁ ବିଭୁ ଭଲ ପାଠ ପଢୁଥିଲା।।ଯେତେ କଷ୍ଟ ହେଲେବି ପେଟ ପିଠିରୁ କାଟି ବିଭୁକୁ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପଢ଼ାଇଲେ।।ସେ ମଧ୍ୟ ବାପମାଙ୍କ ପରିଶ୍ରମକୁ ଅନୁଭବ କରି ମନ ଲଗାଇ ପାଠ ପଢିବାକୁ ଲାଗିଲା।।

ଶେଷରେ ଦଇବ ବିଭୁକୁ ମା ଛଉଣ୍ଡ କରିଦେଲେ ।।ସେତେ ବେଳେ ବିଭୁୁ ଷଷ୍ଠ ଶ୍ରେଣୀରେ ପଢୁଥିଲା।।ଏକ ହୃଦ୍ଘାତ ରେ ପତ୍ନୀ ଙ୍କୁ ହରାଇ ରମେଶ ବାବୁ ଭାଙ୍ଗି ପଡ଼ିଥିଲେ।।ହେଲେ ସେ ଦ୍ଵିତୀୟ ବିବାହ କଲେ ନାହିଁ କଲେ କାଳେ ସାବତ ମା ବିଭୁକୁ ଭଲରେ ଦେଖିବକି ନାହିଁ।।ସେଇ ଦିନ ଠାରୁ ସେ ବିଭୁର ମା ଓ ବାପା ହୋଇ ତାକୁ ଲାଳନ ପାଳନ କରିବାକୁ ଲାଗିଲେ।।ବହୁତ ଦୁଃଖ କଷ୍ଟ ଆସିଲେ ବି ସେ କେବେ ବିଭୁର କୋୖଣସି ଅସୁବିଧା ହେବାକୁ ଦେଇନାହାନ୍ତି।।ବିଭୁ ଧୀରେ ଧୀରେ ବଡ ହେଲା ସ୍କୁଲ ଛାଡି କଲେଜ ଗଲା।।ତାପରେ ଇଂଜିନିୟରିଂ ଆଉ ତାପରେ ଅମେରିକାରେ ଚାକିରୀ ଆଉ ନିଜ ପସନ୍ଦରେ ବାହାଘର।। କିନ୍ତୁ ବାହାଘର ପରେ ପୁଅ ପାଖରୁ ଫୋନ କମିବାକୁ ଲାଗିଲା।।ପୁଅ ବୋହୂ ବର୍ଷେ ଦୁଇ ବର୍ଷରେ ଥରେ ଓଡିଶା ଆସନ୍ତି କିନ୍ତୁ ତାଙ୍କୁ ଦେଖା ନକରି ବୋହୂର ବାପଘରେ ସମୟ କାଟି ଫେରିଯାନ୍ତି।।ଚାକିରୀ ଜୀବନରେ ଏତେ ଧୂଳି ଗ୍ୟାସ ଖାଇଛନ୍ତି ଯେ ଅଵସର ନେବା ପରେ ଦେହରେ ଏତେ ଆଓ ଜୋର ନାହିଁ।।କ୍ଷୀଣ ହୋଇ ଆସିଲାଣି ଶରୀର।।କେତେବେଳେ କେମିତି ପୁଅ ଫୋନ କଲେ ତାକୁ କୁହନ୍ତି ଆପଣା ଦେଶକୁ ବଦଳି ହେବା ପାଇଁ।।
          ସେ ଯାହା ହେଉ ଏଥର ବହୁତ ବର୍ଷ ପରେ ପୁଅ ଆସିଛି ବାପାଙ୍କୁ ନିଜ ସାଙ୍ଗରେ ଆମେରିକା ନେଇ ଯିବା ପାଇଁ।।ଅବସର ପରେ ପାଇଥିବା ପଇସାରେ ସେ କିଣି ଥିବା ଘର ଖଣ୍ଡେ ଆଊ ସବୁ ଜମି ବିକିଦେଇ ପୁଅର ଆମେରିକା ବ୍ୟାଙ୍କ ରେ ପଇସା ଜମା କରିଦେଇଛି ପୁଅ।।ଏଥର ସେ ନିଜ ସହ ତାଙ୍କୁ ଆମେରିକା ନେଇ ଯିବ।।ପୁଅ ବୋହୁ ନାତି ଟୋକା ସହ ରହିବେ।।ତେଣୁ ପଦ ତାଙ୍କ ତଳେ ଲାଗୁନଥାଏ।।
ଏତେ ସବୁ କଥା ଭାବୁ ଭାବୁ ହଟାତ ତାଙ୍କ ଦୃଷ୍ଟି ପଡିଲା କାନ୍ଥ ଉପରେ ଝୁଲୁଥିବା ଘଡି ଉପରେ ।।ସମୟ ଆସି ରାତି ୧୦ ହେଲାଣି ବିଭୁର ଦେଖା ନାହିଁ।।ପାଖରୁ ଆସୁଛି କହି ସଂଧ୍ୟାବେଳୁ ଯାଇଛି ଯେ ଯାଇଛି , ଫେରିନି।।ତର ତର ହୋଇ ସେ ପୁଅକୁ ଫୋନେ କରିବାକୁ ଲାଗିଲେ।।ହେଲେ ୟେ କଣ ଫୋନ ବନ୍ଦ ଅଛି ବୋଲି କହୁଛି।।ସେ ବ୍ୟସ୍ତ ହୋଇ ପଡିଲେ ଓ ପାଖରେ ଥିବା ଜଣେ ଯାତ୍ରୀଙ୍କୁ ପଚାରିବାରୁ ଜାଣିବାକୁ ପାଇଲେ ସେ ଯିବାକୁ ଥିବା ଉଡାଯାହାଜଟି ଘଂଟାଏ ହେଲା ଉଡ଼ିଗଲାଣି।।ଲଥକିଣା ତଳେ ବସି ପଡିଲେ ସେ।।ସେ ନିଜକୁ ବି ବିଶ୍ୱାସ କରିପାରୁନଥିଲେ।।ସତରେ କଣ ସେ ଏତେ ଭଲପାଉଥିବା ବିଭୁ ତାଙ୍କୁ ଧୋକା ଦେଇ ଚାଲିଗଲା।।ନିଜ ଜମି ବାଡ଼ି ଘର ଆଓ ସବୁ ସଞ୍ଚୟ ପୁଅ ନେଇ ଚାଲିଗଲା ଆଉ ବୁଢ଼ା ବାପାକୁ ପୁଣି ଏକୁଟିଆ କରିଚାଲିଗଲା।।ଆଗ ତ ସେ ଏକୁଟିଆ ଥିଲେ ଏବେ ନିଜ ଗୁଜରାଣ ମେଣ୍ଟେଇବାକୁ ତାଙ୍କ ପାଖେ ଯାହା ଥିଲା ସବୁ ପୁଅ ତା ନେଇ ଚାଲିଗଲା।।ଘରକୁ ଫେରିବାକୁ ମଧ୍ୟ ତାଙ୍କ ପାକ୍ଷେ ଟଙ୍କାଟିଏ ବି ନଥିଲା।।ତାଙ୍କୁ ଚାରି ଆଡ ଅନ୍ଧାର ଦିଶିଲା।।ଆଖିରେ ଧାର ଧାର ଲୁହ।।ଆଗରୁ ତ ଏକା ଥିଲେ ଏବେ ସେ ନିସ୍ବ।।ଶୁଣା ଗଲା ଆଉ ଏକ ଉଡାଯାହାଜ ଉଡି ଯିବାର ଶବ୍ଦ କିନ୍ତୁ ସେ ନିସ୍ତବ୍ଧ।।ତାଙ୍କୁ ଲାଗୁଥିଲା ସେ ଜାହାଜ ସହ ଉଡି ଗଲା ତାଙ୍କ ଅତୀତ ବର୍ତ୍ତମାନ ଭବିଷ୍ୟତ ଆଶା ଭରୋସା ଆଉ ବଞ୍ଚିବାର ରାହା।।।।
     
                                   🛫.



7 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();