Tuesday, March 20, 2018

ବିରହ (Biraha)



                    🌷ବିରହ🌷




ଏତେ ବଡ ସୁରୁଜଟା ବୁଡି ମରିଗଲା
ଉଇଁ ଆସିଲାଣି ଜହ୍ନ...
   ହୃଦୟ ହୀନ ତୁମେ କେଉଁଠି ରହିଲ
      ଫେରିବାକୁ  କିଆଁ ହେଉ ନାହିଁ ତୁମ ମନ ।।।

ପକ୍ଷୀ ଫେରିଗଲେ ଆପଣା ବସାକୁ
କାଠୁରିଆ ଫେରିଲା ଘରକୁ...
  ଗୋପପୁର ଛାଡି ମଥୁରାରେ ରହିଲ
ବାହୁଡ଼ିଲ ନାହିଁ ନିଜ ପୂରକୁ।।।

ମନେ ପଡେ ମୋର ନିତି ତୁମ କଥା
ପାଣି ଆଣି ଗଲେ ଯମୁନା ଘାଟକୁ...
ଭୁଲି ମୁଁ ପାରୁନି ଆମ ପ୍ରେମ କଥା
ତୁମ ବଂଶୀର ସ୍ୱର ଆଉ କଦମ୍ବ ବଣକୁ।।।

ରାଧା ରାଧା ବୋଲି ଡାକ ଶୁଣୀ ଯେବେ 
ଧାଇଂ ଯାଏ ଗୋପ ଦାଣ୍ଡକୁ...
ମନ ଭାଙ୍ଗି ଯାଏ ତୁମକୁ ନଦେଖି
କୁହ ବୁଝାଇବି କେମିତି ମୋ ମନକୁ।।।

ଭଲ ପାଇ ଯେବେ ଭୁଲି ବାର ଥିଲା
ଚୋରି କଲ କାହିଁ ମୋ ମନକୁ...
ଗୋପନଗରୀରେ ଏତେ ଗୋପି ଥିଲେ
ବାଛି ନେଲ କିଆଁ ଏ ରାଧାକୁ ।।।

କଣ୍ଟ ଦେଇ ମୋତେ ଚାଲିଗଲ ତୁମେ
ଆଉ ତ ଫେରିଲ ନାହିଁ ...
ପ୍ରେମର ଘର ମୋ ଭୁଶୁଡି ପଡିଲା
ଫେରି  ଦିନେ ଚାହିଁଲ ନାହିଁ ।।।

ପ୍ରେମର ଭରଷେ ଚାହିଁ ମୁଁ ରହିଛି
ତୁମର ଅଫେରା ବାଟକୁ...
ଫେର କି ନଫେର ଭଲେ ଥାଅ ତୁମେ
ବଞ୍ଚି ଥାଅ ଯୁଗ ଯୁଗକୁ।।।



8 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();