💘ଅକୁହା ପ୍ରେମ💘
ମନେପଡେ
ତୁମ ମିଠା ମିଠା ଦୁଷ୍ଟାମି କଥା
କେମିତି ଲିଭାଉ ଥିଲା
ହୃଦୟ ତଳର ବ୍ୟଥା ।।
ତୁମର ସେହି ହରିଣୀ ଚାହାଣୀ
କେମିତି ସୃଜିଥିଲା
ଆମ ଅକୁହା ପ୍ରେମର କାହାଣୀ ।।
ଦେଖିଥିଲି
ଯେବେ ପ୍ରଥମଥର ତୁମକୁ
ଭୁଲି ମୁଁ ପାରୁନି ସେ ଅଲିଭା ଦୃଶ୍ୟକୁ
କେତେ ଶାନ୍ତ ସ୍ନିଗ୍ଧ ଭରା ଯୌବନ ସମ୍ଭାର
ମନେ ସୃଷ୍ଟି କରିଥିଲା କାମନାର ମଲହାର ।।।
ଧୀରେ ଧୀରେ
ଘର କଲ ମୋ ମନ ମରୁଭୂମିରେ
ମେଞ୍ଚା ମେଞ୍ଚା ସ୍ବପ୍ନ ଭରିଦେଲ ମୋ ଆଖିରେ
ତୁମ ସ୍ପର୍ଶ ପାଇଁ ବ୍ୟାକୁଳ ଥିଲା ଏ ମନ
ଚୁମିବାକୁ ଟିକେ ତୁମ ଅଳସ ଯୌବନ।।।।
ଆକର୍ଷିତ କରେ
ତୁମର ସେ ଲଳିତ କେଶ ବିନ୍ୟାଶ ..
କଥା କୁହା ଆଖିର କଟାକ୍ଷ
ରସାଳିତ ଲିପ୍ସା ଆଉ
କ୍ଷୀଣ ତନୁର ସୁଉଚ୍ଚ ବକ୍ଷ ପ୍ରଦେଶ।।।
ଭାବିଥିଲି
ତୁମ ମିଠା ମିଠା କଥା ନେଇ
ଗଢ଼ିଦେବି ଗୋଟେ ସୁନ୍ଦର କାହାଣୀ...
ସ୍ବପ୍ନକୁ ରଙ୍ଗ ଦେଇ ତୁମକୁ ସାଥିକରି
ଛୋଟ ଆମ ସଂସାରକୁ ଦେଇ ଦେବି ସୁଦୃଢ ଛାଉଣୀ ।।
ଭୁଲ ଥିଲି
ମୁଁ ସ୍ବପ୍ନକୁ ସତ ଭାବି
ଆଜି ଯେବେ ନିଦ ଭାଙ୍ଗେ
ନିଜକୁ ପାଏ ମୁଁ ରାଜ ରାସ୍ତାରେ
ନିସଙ୍ଗ ଦୁସ୍ତ ଅସହାୟ ଯୁବକଟେ ପରି
ଗ୍ରୀଷ୍ମରେ ମୟୂର ପରି ,ଶ୍ରାବଣରେ କପୋତ ପରି ।।
ଆଜିବି
ଅଛି ଫଗୁଣ
ହେଲେ ଫଗୁ ଆଜି ଲାଗେ ମଳିନ
ଅଛି ବର୍ଷା
ହେଲେ ଭିଯାଇ ପାରୁନି ମୋତେ...
ସବୁ ତୁମପାଖେ ଛାଡ଼ି ଦେଇଛି ମୁଁ
ମୋ ଆଶା ଆକାଂକ୍ଷା
ଭାବ ଆବେଗର ଡୋରୀଟି ସତେ।।।।
Nice one 👍👍
ReplyDeleteBahut sundar
ReplyDelete