Sunday, March 11, 2018

ସକାଳ(sakala)



****ସକାଳ*****

କାଉର କା' କି କୁକୁଡ଼ାର ରାବରେ
ବୋଉର ଡାକରେ କି ବାପାଙ୍କ ଡରରେ
ଆଖିଖୋଲି ଦେଖିଲି ଗୋଟେ ସଦ୍ୟସ୍ନାତା ଫୁଲଫୁଟା ସକାଳ।।

କେଉଁଠି ପଂହଂଚିଛି ଜୀବନର ଦୌଡ଼ରେ 
କେତେ କ୍ଷତ ହୋଇଛି ମୋ ଦେହରେ ମନରେ....
କେତେ ବାଜି ହରିଛି ମୁଁ କେତେ ଜିତିଛି
ସେ ସବୁତ କିଛି କିଛି ବିସର୍ଜିତ ହୋଇଯାଇଛି 
ରାତିର ମେଞ୍ଚାମେଞ୍ଚା କଳା ଅନ୍ଧକାରରେ।।।

ସ୍ନେହ ପ୍ରେମ ଭଲପାଇବାର ଛଳନା କରି
ଆଜି ମୋ ଜୀବନରେ ଭରିଯାଇଛି ଅଶାନ୍ତି୍....
ଅର୍ଥ ସବୁ ଅନର୍ଥର କାରଣ ଜାଣିବି
ଆଜି ବି ମୁଁ ଧାଇଛି ଅର୍ଥ ଆଶାରେ
ଅଵିଶ୍ରାନ୍ତ ଗତିରେ ପାଇବାକୁ ଟିକେ ପ୍ରଶାନ୍ତି।।।

ତଥାପି ମୁଁ ପୁଣି ଥରେ ଆରମ୍ଭ କରେ ଦୌଡ଼
ଆରମ୍ଭ କରେ ସମ୍ପର୍କରେ ଛଳନା ପ୍ରତାରଣା....
ପୁଣି ଭାବି ବସେ
ଜୀବନ ଏକ ଦୌଡ଼ ନୁହଁ ବରଂ ସ୍ଥିର ସତ୍ୟ ଶିବ ସୁନ୍ଦର
ଚଲା ବାଟରେ ସୁଖ ଶାନ୍ତି ପ୍ରମେୟକୁ ସାଉଁଟିବାକୁ
ସମ୍ଭବତଃ ଆଜିର ସକାଳ ଦେଉଛି ପ୍ରେରଣା ।।।



5 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();