-:କିଛି କିଛି:-
କିଛି କିଛି କଥା କହିବାକୁ ମନେ ହୁଏ
କିଛି କିଛି କଥା ଶୁଣିବାକୁ ଇଛା ହୁଏ.
କିଛି କିଛି ହସ ହସିବାକୁ କଷ୍ଟ ଲାଗେ
କିଛି କିଛି ଲୁହ ବୋହିଗଲେ ଭଲ ଲାଗେ।।।.....
କିଛି କିଛି ଆଶା ସ୍ବପ୍ନ ଭରି ଦିଏ
କିଛି କିଛି ଆଶା ସତ ହୋଇ ଯାଏ
କିଛି କିଛି ଆଶା ଅଶ୍ରୁ ଆଣିଦିଏ
ତ କିଛି କିଛି ଆଶା ହୃଦୟରେ ନିଏ ସମାଧି।।।
କିଛି କିଛି ଲୁହ ଲାଖିରହେ ଆଖିରେ
କିଛି କିଛି ଲୁହ ଝରିପଡ଼େ ମାଟିରେ
କିଛି କିଛି ଲୁହ ହଜିଯାଏ ଓଠରେ
ତ କିଛି କିଛି ଲୁହ କୋହ ହୋଇ ରହିଯାଏ ହୃଦୟରେ।।।
କିଛି କିଛି ସମ୍ପର୍କ ଥାଏ ସାରା ଜୀବନ
କିଛି କିଛି ସମ୍ପର୍କ ବିନା ଅଧୁରା ଲାଗେ ଜୀବନ
କିଛି କିଛି ସଂପର୍କ ବିନା ନାମେ ନିଏ ଶରଣ
ତ କିଛି କିଛି ସମ୍ପର୍କର ନାମ ଖୋଜୁ ଖୋଜୁ ସରିଯାଏ ଜୀବନ।।।
Bohut sundar...
ReplyDeletetruely said...woow
ReplyDeleteLast line is the best one. ..
ReplyDeletegood work...
ReplyDelete