-ସାଗରିକା ମୁଖାର୍ଜୀ
🍂 ରଙ୍ଗ 🍂
ନାଲି ସୁରୁଜ ପାହାଡ ଫାଙ୍କେ ସକାଳେ ହୁଏ ଖୋସି
ନାଲି ରଙ୍ଗର କୃଷ୍ଣଚୂଡ଼ା ପାଖୁଡା ଖୋଲି ସରଙ୍ଗେ ଦିଏ ହସି।।
ନାଲି ମନ୍ଦାର ଡେ଼ମ୍ଫ ହଲେଇ ଗଛରେ ଖେଳେ ଦୋଳି
ନାଲି ଗୋଲାପ ମହକ ବୁଣେ , ପାଖୁଡା ଦିଏ ମେଲି।।।
ଆକାଶ ନୀଳ ଅପରାଜିତା ଲତାରେ ଝୁଲୁଥାଏ
ନୀଳ ଦୁଦୁରା ମହାଦେବଙ୍କ ମଥାରେ ଶୋଭା ପାଏ।।।
ହଳଦୀ ରଙ୍ଗ ଗେଣ୍ଡୁଫୁଲର ପାଖୁଡା କେତେ ଥାଏ
ସୁନା ରଙ୍ଗର ସୁରୁଜମୁଖୀ , ସେବତି ହସୁ ଥାଏ।।
ମଲି , କେତକୀ ,ହେନା , ମାଳତୀ ରଜନୀଗନ୍ଧା ଧଳା
ଡାଳରେ ଥାଇ ଗଙ୍ଗଶିଉଳି ଦିଶଇ କେତେ ତୋରା
କେତେ ରଙ୍ଗର କେତେ ସୁନ୍ଦର
ଦୁନିଆ ମୋର ଏଇ
ଏହି ସୁନ୍ଦର ପ୍ରକୃତି ରୂପରେ
ମୋତେ ମୋ ଆନନ୍ଦ ଦିଶଇ।।।
awsum....
ReplyDelete