Wednesday, March 28, 2018

କ୍ୟାନଭାସ (Canvas)


               ✒ କ୍ୟାନଭାସ...🖌



ଇପ୍ସିତ କାବ୍ୟକୁ କ୍ୟାନଭାସରେ ଆଙ୍କିବାକୁ
କେବେ କୁହନ୍ତାକି ତୁମ ରସାଳିତ ଲିପ୍ସା ମୋତେ ଥରେ...
କିନ୍ତୁ କେବେ କୁହେ ନାହିଁ...
ମନେ ସୃଜି ନାହଁଁ ଅସୁମାରୀ ସ୍ୱପ୍ନର ଲହରି।।।।
କବିତା ତ ଏକ ଉଜୁଡା ବସନ୍ତର ଫଗୁ 
କହି ଚାଲିଯାଅ ଭାବନାକୁ ମୋର କ୍ଷତାକ୍ତ କରି...

ଆଜି ମୁଁ ଅଛି ସଂଜୀବିତ..
କିନ୍ତୁ ମୃତ୍ୟୁର ଉଷ୍ମ ଆଲିଙ୍ଗନ ପରେ
ଜହ୍ନରେ ରହି ସ୍ମୃତିକୁ ତୁମ ପାଥେୟ କରି
ଲେଖି ଲେଖି ଚିରିଦେବୀ ତୁମ ସ୍ମୃତିର ରେଶମୀ ଫର୍ଦ୍ଦ ମାନ।।।

ତୁମ ସ୍ବପ୍ନ ଅନ୍ତରାଳେ ମୋ ସିକ୍ତ ଜ୍ୟୋସ୍ନା ଭରି ଦେଇ
ନୀତି ତୁମକୁ ବିରାଜୀବୀ ପାରିଜାତ ପୁଷ୍ପବନରେ....
ଯେଉଁଠି ଆମ ବର୍ତ୍ତମାନରେ ମାଟି ଚୁମିବାକୁ ଆକାଶ ବ୍ୟାକୁଳ
କାମନା ବାସ୍ନାରେ ଭ୍ରମର ଭ୍ରମିତ ପୁଷ୍ପର ସାନିଧ୍ୟ ପାଇଁ
ଆଉ ତୁମେ ହେଉଥିବ ସମ୍ମୋହିତ,ପ୍ରଶମିତ
ଦୂରଦିଗବଳୟରେ ରୁଣୁଝୁଣୁ ସଂଗୀତର ମଧୁଛନ୍ଦା ମୁର୍ଛନାରେ।।।

ସ୍ବପ ରଙ୍ଗମହଲରୁ ତୁମର ପ୍ରତ୍ୟାବର୍ତ୍ତନ ପରେ
ଆମ ପ୍ରିତିସୌଧକୁ ପୁଜୁଥିବି ନିରବରେ...
ପୁଣି ଏକ ନିଷିଥକୁ ଚାହିଁଥିବି ପ୍ରତୀକ୍ଷିତ ଦୃଷ୍ଟିରେ
ତୁମ ଆଗମନକୁ, ମୋ ସ୍ବପ୍ନରାଜ୍ୟକୁ
ବନ୍ଦୀ କରିବାକୁ ବାହୁବନ୍ଧନରେ, ପ୍ରେମ ପିଆଲାରେ ।।।।

ଭାବେ ଚାଲିଯିବି ଦୁରେ ସାଥେ ନେଇ
ତୁମ ସ୍ନେହ ସ୍ମୃତି ଆଉ ପ୍ରୀତି...
ରାତି ପହିଯାଏ , ସ୍ବପ୍ନ ହଜି ଯାଏ
କାଊ ରାବ ଦିଏ , ନିଦ ଖୋଲି ଯାଏ
ଆକାଶରେ ଦେଖେ ସୁର୍ଯ୍ୟ  ଉଇଂଲାଣି
ସ୍ବପ୍ନ ତ କେବେ ସତ ହୁଏ ନାହିଁ,..
ତଥାପି ମନ ବୁଝେନା ,ଜାଣେନା କାହିଁ ପାଇଁ........



3 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();