Saturday, March 17, 2018

ସ୍ମୃତି ଓ ବିସ୍ମୃତି


💖ସ୍ମୃତି ଓ ବିସ୍ମୃତି💖




ତୁମ ସହ ବିତି ଯାଇଥିବା ଅନେକ ଅତୀତ
ପୁଣି ଥରେ ଫେରି ଆସିବ କି ନା ମୁଁ ଜାଣେନା
ତୁମର ସେହି ସ୍ମିତହାସ୍ୟ , ରସାଳିତ ଲିପ୍ସା
ଅମୃତ ଥିଲା କି ଜହର ସେ କଥା ବି ମୁଁ ଜାଣେନା।

ତୁମର ସେ ରୂପ ଲାବଣ୍ୟ ସ୍ଵର୍ଗ ର ଅପ୍ସରୀର କି 
ସୂର୍ପଣଖାର ମାୟା ଜାଲ ଥିଲା ମୁଁ ଜାଣେନା
ତୁମ କଜ୍ଜ୍ୱଳ ପୂରିତ ନୟନର କଟାକ୍ଷ
ପ୍ରେମର ନିରବ ଇଙ୍ଗିତ ଥିଲା କି 
ମାୟାବିନୀର ଅମୋଘ ବାଣ ଥିଲା ମୁଁ ଜାଣେନା ।।।।

ତୁମସହ ତୁଟି ଯାଇଥିବା ସମ୍ପର୍କ , ଭାଙ୍ଗି ଯାଇଥିବା ସ୍ୱପ୍ନ
ପାହିଯାଇଥିବା ଜହ୍ନ ରାତି , ଛାଡି ଆସିଥିବା ପ୍ରେମର ବସନ୍ତ
ସତରେ , ସ୍ନେହ ପ୍ରେମ ଭଲପାଇବାର ଥିଲା  
କି ମିଥ୍ୟା ପ୍ରତାରଣାର ଥିଲା ତାହା ବି ମୁଁ ଜାଣେନା।।।।

ପଡିବକି ମନେ ପୁଣି ସେଇ ନିଶିଥରେ 
ପରିବକି ପାରିବନି ଚିହିଁ ପୁଣି ଆଉ ଥରେ
ସେ କଥା ବି ମୁଁ ଜାଣେନା ।।
ମୁଁ ଖାଲି ଜଣେ
ତୁମ ପ୍ରତି ଥିବା ମୋର ଭଲ ପାଇବା ଥିଲା 
ନିସ୍ୱାର୍ଥ ସତ୍ୟ ଓ ସାରସ୍ୱତ।।।

ଜୀବନର କିଛି ପୁରୁଣା ଫର୍ଦ୍ଧକୁ ଓଲଟାଇ ଦେଖେ 
ତ  ଆଜି ବି ମୁଁ ବୁଝି ପାରେନା
ତୁମ ସହ ଥିବା ମୋ ସ୍ମୃତି,
ସ୍ମୃତି ନା ଥିଲା ଵିସ୍ମୃତି। ?????।।।।।।।


                     

9 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();