Sunday, March 25, 2018

ହ୍ୟାଣ୍ଡ ବ୍ୟାଗ


                💼ହ୍ୟାଣ୍ଡ ବ୍ୟାଗ...



ବ୍ୟାଗଟାକୁ ଲଥକିଣା ବେଞ୍ଚ ଉପରେ  ଥୋଇ ଦେଇ ବସିପଡ଼ିଲା ସୂର୍ଯ୍ୟ।। କିଛି ସମୟ ଦି଼ିର୍ଘ ପ୍ରଶ୍ଵାସ ନେବାକୁ ଲାଗିଲା।।ଓ! କି ଖରା।।ବର୍ଷା ଟିକେ ହୋଇ ଛାଡ଼ି ଗଲା ଯେ ଗୁଳୁଗୁଳି ବହୁତ ବଢି ଯାଇଛି।।ପାଖରେ ଥିବା ଟ୍ୟାପରୁ ମୁହଁ ଧୋଇ ହୋଇ ପଡ଼ି ପୁଣି ବସିପଡ଼ିଲା ବେଞ୍ଚ ଉପରେ।।ବ୍ୟାଗରୁ ଗାମୁଛା ବାହାର କରି ମୁହଁ ହାତ ପୋଛି ହେଲା।।ଟିକେ ସତେଜ ଲାଗିଲା ତାକୁ।।ବ୍ୟାଗରୁ ପାଣି ବୋତଲ ବାହାର କରି ପୀଉ ପୀଉ ବ୍ୟାଗକୁ ଦେଖି ମନେ ମନେ ହସିଲା।।।ତାକୁ ଲାଗିଲା ଯେମିତି ବ୍ୟାଗ ତା ଆଡ଼କୁ ଅନେଇ ରହିଛି ଯେମିତି ସେ ବୁଝି ପାରୁଛି ତା ମନର ବେଦନା ,ବପୁର କ୍ଳେଶ।। ପୁରୁଣା ହେଲେ ବି ତାର ବହୁ ଆପଣାର।।ସେ ତ ତା ଦୁଃଖ ସୁଖର ସାଥି। ।ତା ଦୁଃଖ ସୁଖ ପ୍ରେମ ପ୍ରଣୟର ସାକ୍ଷୀ ସେ ନୀଳ ବ୍ୟାଗ ।।ଆଗପଟ ଚେନଟା ଖୋଲି ହୋଇ ରହୁଛି ଯେମିତି ସେ ଦୁନିଆକୁ ଦେଖି ନିଜ କଳା ମେଞ୍ଚା ମେଞ୍ଚା ଦାନ୍ତ ନିକୋଟି ହସୁଛି।। ଗୋଟେ ଦୁଇଜାଗା ସିଲାଇ ବି ଖୋଲି ଯାଇଛି।। ହେଲେ କଣ ହେବ ନିସଙ୍ଗ ଜୀବନର ସେ ଏକହିଁ ନିସ୍ୱାର୍ଥ ସାଥି।।କେତେ ବୋଝ ଉଠାଇଛି ସେ ତା ପାଇଁ।।ତା ପାଇଁ କେତେ ରାତି କେଉଁଠି କେଉଁଠି ସୋଇଛି ସେ ବସଷ୍ଟାଣ୍ଡ , ରେଳବାଇ ଷ୍ଟେସନ ଠୁ ନେଇ ପରୀକ୍ଷା କେନ୍ଦ୍ରର କେଉଁଁ ରାସ୍ତା କଡରେ।।ଖୁସିରେ ତାକୁ କେତେବାର ଉପରୁକୁ ଫିଙ୍ଗି  ହସିଛି ସେ।। ।କେତେବାର ଲୁହ ଗଡ଼ାଇଛି ତା ଉପରେ ।।ହେଲେ ସେ କେବେ ଅଭିଯୋଗ କରିନି।।ହମ୍ମ ବ୍ୟାଗ ସେଇ ଜୀର୍ଣ୍ଣଶୀର୍ଣ୍ଣ ନୀଳ ବ୍ୟାଗ ବୋଧେ ତ ପାଇଁ ଆଉ ଏକ ମା' କୋଳ ଥିଲା।କେତେଥର ସେ  ଭୋକ ଉପାସରେ ମୁହଁ ମାଡ଼ି ଶୋଇଯାଇଛି ତା ଉପରେ, ସେ ହିସାବ ନାହିଁ ତ ପାଖେ।।।ତା ଜୀବନରେ ବ୍ୟାଗ ସହ ବନ୍ଧୁତା ଥିଲା ନିଆରା।।ବାକି ସବୁ ତ ତା ଠାରୁ ମୁହଁ ଫେରିନେଲେଣି।।

                      ମୁହଁ ଫେରେଇ ନେବେନି ବା କାହିଁକି କାହା ମନ ରଖିପାରିଛି ସେ।ବୟସ ଆସି ୨୭ ହେଲାଣି ଏଯାଏ କାହା ମନ ଜିଣି ପାରିଛି ସେ।।।ବି.ଏ. ପରେ ଏମ.ଏ. କରି ଚାକିରୀ ଖୋଜି ଚାଲିଛି ସେ।।ହେଲେ ଛୋଟ ମୋଟ ଚାକିରି ଟିଏ ବି ଯୋଗାଡ କରିପାରିନି ନିଜ ପାଇଁ।।ସୁଯ୍ୟଦୟ ଆଗରୁ ନିଜ ଅତିପ୍ରିୟ ପୁରୁଣା ବ୍ୟାଗକୁ ଉଠାଇ ଚାଲିଯାଏ ଚାକିରି ଅନ୍ୱେଷଣରେ ଏକ ନୂଆ ଉତ୍ସାହ ନୂଆ ଉମଙ୍ଗରେ।।।।କିନ୍ତୁ ଗୋଧୁଳିରେ ଫେରେ ବ୍ୟାଗ ଭର୍ତ୍ତି ନିରାଶା ବପୁ ଭରି କ୍ଳେଶ।।


                ବାପା ପାଖ ଗାଁ ପ୍ରାଥମିକ ସ୍କୁଲର ଶିକ୍ଷକ ଥିଲେ।।ସେ ବି ଅବସର ନେଇଗଲେଣି ୨ ବର୍ଷ ହେବ।।ବାପାଙ୍କ ପେନସନ ପଇସାରେ ଯେମିତି ସେମିତି କରି ଘର ଚାଲୁଛି।। ଘରେ ଆଉ ଜଣେ ଭଉଣୀ ଅଛି ବିବାହ ବୟସ ଗଡ଼ି ଯାଉଛି।। ବଡ଼ ଭଉଣୀର ବାହାଘରରେ ବାପାଙ୍କ ଅବସରକାଳୀନ ପଇସା ସବୁ ସରିଯାଇଛି।।ଯାହା ହେଲେବି ସାନ ଭଉଣୀର ବାହାଘରରେ ତାକୁ କିଛି ଖର୍ଚ୍ଚ ଉଠେଇବାକୁ ପଡିବ।।ତେଣେ ମା'କୁ ଶ୍ୱାସ ହେଇଛି ଯେ କାମ ପାଇଟିଏ କଲେ ଥକି ପଡୁଛି।।ବାପାଙ୍କୁ ମଧୁମେୟ ରୋଗ।।ଘରର ଆଜବେଷ୍ଟସ ଛପରଟା ପୁରୁଣା ହେଇ ଗଲାଣି।।ବର୍ଷା ଦିନେ ପାଣି ବୋହୁଛି।।ଏପରି ଅସୁବିଧା ସମୟରେ ବାପାଙ୍କ ସହ କାନ୍ଧ ଦେବାକୁ ତାର ବି ଇଚ୍ଛା।।ହେଲେ ଚାକିରୀ ଖଣ୍ଡେ ମିଳବା ଏତେ ସହଜ ନୁହଁ ଆଜି କାଲି।।ଉପରେ ସେ ପୁଣି ସାଧାରଣ ବର୍ଗର ପିଲା।। ସେ କଣ ଚେଷ୍ଟା କରୁନି।।ଗତ ତିନି ଚାରି ବର୍ଷରେ ସେ ୫୦ ଉର୍ଦ୍ଧ୍ବ ଭଳି ଭଳି ସରକାରୀ ବେସରକାରୀ ଚାଇକିରିରେ ଭର୍ତ୍ତି ପାଇଁ ପ୍ରବେଶିକା ପରୀକ୍ଷା ଦେଲାଣି।।ହେଲେ କେଉଁଠି ବି ସଫଳତା ମିଳିନି।।ଛୋଟ ବେଳୁ ସେ ଶୁଣିଛି ଜୀବନ ଏକ ପରୀକ୍ଷା କିନ୍ତୁ ବଞ୍ଚିବାକୁ ଏତେ କାଗଜ କଲମ ପରୀକ୍ଷା ଦେବାକୁ ହୁଏ ସେ କଥା ଆଜି ସେ ହୃଦୟଙ୍ଗମ କରୁଛି।।।
କିନ୍ତୁ ତାର ପରିଶ୍ରମ କଣ ଲୋକ ବୁଝନ୍ତି।।ଲୋକେ ତାଙ୍କୁ ଟାହି ଟାପର କରନ୍ତି।।ବହୁ ମୁକ୍ତ ଜ୍ଞାନ ଦିଅନ୍ତି।।ଏତେ ବଡ ପୁଅଟା ବାପା ମାଙ୍କ ଦୁଃଖ ବୁଝୁନୀ।ସତେ ଯେମିତି ଚାକିରି ଗୁଡା ଗଛରେ ଝୁଲୁଛି ଆଉ ସେ ତୋଳୁନି।ସେ ତ ବାହାର ଲୋକଙ୍କ କଥା ଆଉ ଶୁଣୁନି।।କିନ୍ତୁ ଘରେ ବି ଆଉ କମ କଥା ଶୁଣିବାକୁ ମିଳୁନି ତାକୁ।।ସ୍କୁଲରେ ପଢିବା ବେଳ ଠାରୁ ବାପାଙ୍କର ସବୁବେଳେ ତାଗିଦ ଏତେ ମାର୍କ ଆଣେ ସେତେ ମାର୍କ ଆଣେ।।।ବସନ୍ତ ବାବୁଙ୍କ ପୁଅ ଏତେ ମାର୍କ ଆଣୁଛି।।ମିଶ୍ର ବାବୁଙ୍କ ଝିଅ ଠୁ କିଛି ଶିଖ।।ଖାଲି ତାଗିଦ ତାଗିଦ ଆଓ ତାଗିଦ।।

                  ହଁ।।।।ମିଶ୍ର ବାବୁଙ୍କ ଝିଅ ପୁଷ୍ପାଞ୍ଜଳି ।।।ତା  କଥା ମନକୁ ଆସୁ ଆସୁ ସେ ଟିକେ ଚମକି ପଡିଲା।।ପୁଷ୍ପାଞ୍ଜଳିର ବାପା ତାଙ୍କ ଗାଁ ହାଇସ୍କୁଲକୁ ବଦଳି ହୋଇ ଆସିଥିଲେ ଯେବେ ସେ ଚତୁର୍ଥ ଶ୍ରେଣୀରେ ପଢୁଥିଲା।।ଦଇବ ଯୋଗକୁ ତାଙ୍କ ପଡୋଶୀ ଘରେ ଭଡାନେଇ ରହିଥିଲେ।।ପୁଷ୍ପା ସହ ସେ ସେବେରୁ ବନ୍ଧୁତା।।ପୁଷ୍ପା ବହୁତ ଭଲ ଝିଅ।।ଗୋଟେ ଚାଉଳରେ ଗଢ଼ା।ରୂପଲାବନ୍ୟରେ କେଉଁ ଅପସରି ଠୁ କମ ନୁହଁ।।ରୂପରେ ଯେମିତି ଗୁଣରେ ବି ସେମିତି।।ବହୁତ ଭଲ ପାଠ ବି ପଢେ।।ସେ ଜାଣିପାରିନି କେବେ ତାର ବନ୍ଧୁତା ପ୍ରେମର ରୂପ ନେଇଛି।।ସେଦିନ ବି ତାର ମନେ ଅଛି ଯଉଁଦିନ ପୁଷ୍ପାକୁ ସେ ପ୍ରେମ ନିବେଦନ କରିଥିଲା ନିଜ ଆଡୁ।। ଅବିଳମ୍ଭେ ସେ ମଧ୍ୟ ହଁ ଭରିଦେଇଥିଲା ।।ଦୁଇଜଣଙ୍କ ପ୍ରେମର ସାକ୍ଷୀ ବି ସେ ବ୍ୟାଗ।।ହା.. ହା.. ସତ କଥା।।ସେଇ ବ୍ୟାଗରେ ସେ କେତେ ଫୁଲ ଚକଲେଟ ସେ ନେଇଛି ତାପାଇଁ।।କେତେ ଚିଠି କାର୍ଡ ଯାଇଛି ଆସିଛି ସେ ବ୍ୟାଗରେ।।ହେଲେ ବୋଧେ କିଛିଦିନ ପରେ ସେ ଚିଠି ଗୁଡା ଜାଳିଦେବାକୁ ହେବ ନିଜ ଅନିଛାରେ।।ତାର ଇଛାରେ କଣ ହେଉଛି ଯେ।ସେ ତ ଯନ୍ତ୍ରବତ ପରିଚାଳିତ।ପୁଷ୍ପାଞ୍ଜଳିର ବାହାଘର ଏଇ ଆସନ୍ତା ବୈଶାଖରେ।।ଦିନ ଠିକ ହୋଇ ସାରିଛି।।ପୁଷ୍ପା କେତେ ଥର ତାକୁ କହିଛି ଘରେ ତାଙ୍କ ସମ୍ପର୍କ ବିଷୟରେ କହିବାକୁ।।ହେଲେ ସେ ବା କେଉଁ ସମ୍ଭଳକୁ ଦମ୍ଭ କରି ଘରେ କହିବ।।ଘରର ଏପରି ଅବସ୍ଥା ଆଉ ନିଜର ବି ରୋଜଗାର ନାହିଁ।।କେମିତି କହିଥାନ୍ତା ସେ।।। ସେ ଭାବୁ ଭାବୁ ତା କଣ୍ଠ ରୁଦ୍ଧ ହୋଇ ଆସିଲା।।ଆଉ ତାର ଅପାରଙ୍ଗମତା ଜାହିର କରି ଦୁଇ ଆଖିରୁ ଅଵିଶ୍ରାନ୍ତ ଦୁଇ ଧାରା ଲୁହ ଗଡ଼ାଇଦେଲା ସେଇ ପୁରୁଣା ନୀଳ ରଙ୍ଗ ବ୍ୟାଗ ଉପରେ , ତାର ମା'ର କୋଳରେ ନିଶବ୍ଦରେ ବାଳୁତଟେ ପରି।।।


          ଏତିକି ବେଳେ ଟ୍ରେନ ଆସିବାର ଶବ୍ଦ ଶୁୁୁଣୀ  ପ୍ରକୃସ୍ଥିତ ହେଲା ସେ।।ନିଜକୁ ପ୍ରସ୍ତୁତ କଲା।।ମୁହଁ ଟିକେ ଧୋଉ ଧୋଉ ହୋଇ ଅତୀତକୁ  ଧୋଇ ଦେବାର ନିିଃସ୍ଫଳ  ପ୍ରାୟାସ କଲା ସେ। 
ନିଜ ଭିତରେ ଲଢ଼ିବାକୁ ଶକ୍ତି ସଂଗ୍ରହ କଲା।। ସଗର୍ବେ ଟ୍ରେନରେ ଚଢ଼ିଗଲା ତାର ସ୍ବପ୍ନ ଆଶା ଭବିଷ୍ୟତକୁ ବ୍ୟାଗରେ ଭର୍ତ୍ତିକରି ଅନ୍ୟଏକ ଜୀବନ ଯୁଦ୍ଧର କାଗଜ କଲମ ପରୀକ୍ଷା ପାଇଁ।।।।।





3 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();